ନୂଆଦିଲ୍ଲୀ ୨୨।୧୨: ସମୟ ସହିତ ମୁଦ୍ରାସ୍ପିତି ମଧ୍ୟ ବଢିବାରେ ଲାଗିଛି ଓ ଟଙ୍କାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଥାନ୍ତି ଆଗାମୀ ୩୦ ବର୍ଷରେ ୧ କୋଟି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହୁଅନ୍ତି ଓ ଏହା ଦ୍ୱାରା ଆପଣଙ୍କ ଭବିଷ୍ୟତ ସୁରକ୍ଷିତ ହୋଇଯିବ ତେବେ ଆପଣଙ୍କ ଭାବନା ଭୁଲ। କାରଣ ଆଗାମୀ ୩୦ ବର୍ଷରେ ୧ କୋଟି ଟଙ୍କାର ମୂଲ୍ୟ ମାତ୍ର ୨୩ଲକ୍ଷ ଟଙ୍କା ଥିବ। ଏପରି ପରିସ୍ଥିତିରେ ଲଗାତାର ବଢୁଥିବା ମୁଦ୍ରାସ୍ପିତି ପାଇଁ ଏବେଠୁ ଅଧିକ ସଞ୍ଚୟ ଓ ସଠିକ ନିବେଶ ବିଷୟରେ ଚିନ୍ତା କରନ୍ତୁ।
ଯଦି ଆପଣ ଦୀର୍ଘ କାଳୀନ ରୂପେ ଅଧିକ ସଞ୍ଚୟ କରିବାକୁ ଚାହୁଁଥାନ୍ତି, ଏଥି ପାଇଁ ଆପଣଙ୍କୁ ସମ୍ପତ୍ତି ଆବଣ୍ଟନକୁ ବୁଝିବାକୁ ପଡିବ। ଏହା ନିବେଶର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି। ଏହାର ଅର୍ଥ ଆପଣ ନିବେଶ ରାଶିକୁ ଇକ୍ୱିଟି, ଋଣ ଓ ରିୟଲ ଇଷ୍ଟେଟରେ ବିଭାଜିତ କରନ୍ତୁ। ଅନ୍ୟ ଅର୍ଥରେ ଏହା ବଜାର ଦର ଅନୁସାରେ କେଉଁଠି ଓ କେତେ ରାଶି ନିବେଶ କରିବାର ଅଛି ଏହାକୁ ଭଲ ରୂପେ ବୁଝି ନିଅନ୍ତୁ। ଏଣୁ ଆପଣ ମୁଦ୍ରାସ୍ପିତିକୁ ଧ୍ୟାନରେ ରଖି ନିବେଶ କରିବାକୁ ଚିନ୍ତା କରନ୍ତୁ।
ମୂଲ୍ୟ ଯେଉଁ ଅନୁପାତରେ ବୃଦ୍ଧି ହେବ ଆପଣଙ୍କ ଟାର୍ଗେଟ ଖର୍ଚ୍ଚ ମଧ୍ୟ ବଢିବାରେ ଲାଗିବ। ଏଣୁ ଯେତେବେଳେ ଆପଣଙ୍କୁ ଲାଗିବ ଆପଣ ନିଜର ଲକ୍ଷକୁ ପୁରଣ କରିବା ପାଇଁ ପର୍ଯ୍ୟାପ୍ତ ଧନ ସଞ୍ଚୟ କରିଛନ୍ତି ହୋଇପାରେ ତା ପୂର୍ବରୁ ସେହି ଜିନିଷର ମୂଲ୍ୟ ଆହୁରି ବଢି ସାରିଥିବ। ଯଦି ଆପଣ ଏବେଠାରୁ ୩୦ ବର୍ଷରେ ୧ କୋଟି ଟଙ୍କା ସଞ୍ଚୟ କରି ଧନୀ ହୋଇଯିବେ ବୋଲି ଭାବୁଛନ୍ତି, ତେବେ ଆପଣ ଭୁଲ ଭାବୁଛନ୍ତି। କାରଣ ସେତେବେଳକୁ ୧ କୋଟି ଟଙ୍କାର ମୂଲ୍ୟ ମାତ୍ର ୨୩ଲକ୍ଷ ଟଙ୍କା ହେଉଥିବ।
ଭାବନ୍ତୁ ଆପଣ ଆପଣଙ୍କ ଆର୍ଥିକ ଲକ୍ଷକୁ ପ୍ରାପ୍ତ କରିବା ପାଇଁ ୨୫ ଲକ୍ଷ ଟଙ୍କା ନିବେଶ କରିବେ ଓ ବାର୍ଷିକ ମୁଦ୍ରାସ୍ପିତି ହାର ୫ ପ୍ରତିଶତ, ତେବେ ସୂତ୍ର ଅନୁସାରେ ଆପଣଙ୍କୁ ଆପଣଙ୍କ ଲକ୍ଷ ପ୍ରାପ୍ତ କରିବା ପାଇଁ ୨୫ ନୁହେଁ ୪୦ଲକ୍ଷ ଟଙ୍କା ନିବେଶ କରିବାକୁ ପଡିବ। ତେବେ ଯାଇ ଆପଣ ଆଗାମୀ ୧୦ ବର୍ଷରେ ଆପଣଙ୍କ ଆର୍ଥିକ ଲକ୍ଷକୁ ପ୍ରାପ୍ତ କରିବାକୁ ସକ୍ଷମ ହୋଇପାରିବ।