ଭୁବନେଶ୍ବର: ଆଇଗିଣିଆ ଆଳୁ ଗଦି ଠାରେ ଥିବା ଏକ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରାଯାଇଥିଲେବି ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଆଇଗିଣିଆ ସ୍ଥିତ ଆଳୁଗଦିଠାରେ ଥିବା ଏକ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଗୋଦାମରେ ଦୋକାନରେ ନିଆଲାଗିଯାଇଥିଲା। ଅଗ୍ନିକାଣ୍ଡ କାରଣରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।
ତେବେ ଅଗ୍ନିକାଣ୍ଡର କାରଣ ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ନିଆଁଲିଭା କାର୍ଯ୍ୟରେ ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହୋଇଥିଲେ।