ବଡ଼ବିଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୋଡ଼ା ଥାନା ଏନଏଚ ୫୨୦ ଲହଣ୍ଡା ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ଜଣେକର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଯୋଡ଼ା ଥାନା ବନେଇକଳା ଅଞ୍ଚଳର ରୋହିତ ମହାକୁଡ଼।
ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ୩ ଯୁବକ ଏକ ବାଇକ୍ ଯୋଗେ କଣ୍ଡ୍ରା ହାଟରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଏମାନଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ରୋହିତ ମହାକୁଡ଼ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା, ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ଯୋଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
: