ହୁ ହୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | September 24, 2024 IST

ନିଆଳି ୨୪।୦୯ : ଜଳିଗଲା ଡାଲି ବୋଝେଇ ଟ୍ରକ । କଟକ ଜିଲ୍ଲା ୬୦ ନମ୍ବର ରାଜ୍ୟ ରାଜପଥର ବାଲିପାଟଣା ତାନା ଅମଣାକୁଦ ଛକ ନିକଟରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଛନ୍ତି ।

ଖବର ଅନୁଯାୟୀ, ରାୟପୁରପୁର ଡାଲି ବୋଝେଇ ଟ୍ରକ କୋଣାର୍କ ଯାଉଥିବା ବେଳେ ରାତି ପ୍ରାୟ ୪ଟା ସମୟରେ ନିଆଁ ଲାଗିଯାଇଥିଲା । ଯାହାସଂପର୍କରେ ଡ୍ରାଇଭର ଜାଣି ପାଇଁ ଗାଡିକୁ ରଖିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଅଡଶପୁର ଓ ନିଆଳି ସ୍ଥିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି । ହେଲେ ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ଡାଲି ପୋଡିଯାଇଛି । ଏହାସହ ଗାଡି ବି ମଧ୍ୟ ପୋଡିଯାଇଛି । 

ସେପଟେ ରାସ୍ତାରେ ପୋଡା ଗାଡିଟି ଅଟକି ରହିଥିବାରୁ ଯିବାଆସିବାରେ ନାନା ଅସୁବିଧା ହେଉଛି । ଏପିରିକି ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି । ହେଲେ  ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.