ଜିଲ୍ଲାପାଳ-ଏସ୍‌ପି ମିଳିତ ସମ୍ମିଳନୀ DAY-2, କ’ଣ ପରାମର୍ଶ ଦେଲେ CM?

Published By : Prameya-News7 Bureau | September 28, 2024 IST

ଭୁବନେଶ୍ବର୨୮/୯: ଜନତାଙ୍କ ବନ୍ଧୁ ହେଉ ପୋଲିସ । ମହିଳାଙ୍କ ପ୍ରତି ହିଂସାକୁ ବରଦାସ୍ତ କରାଯିବନି । ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ । ଶନିବାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ଏମିତି କଡା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ତାଗିଦ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ସପ୍ତାହେ ଭିତରେ ଏସ୍‌ପିମାନେ ପେଣ୍ଡିଂ ମାମଲା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ରାତିରେ ଆସୁଥିବା ଅଭିଯୋଗକୁ ଗୁରୁତ୍ବ ଦେବାକୁ ପରାମର୍ଶ ।ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ । 

ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାନ୍ତୁ। ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା ।୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩% ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ଆମ ସରକାର ଏହାକୁ ବରଦାସ୍ତ କରିବନି । ସେହିପରି ଉଦ୍‌ବୋଧନରେ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ସିଏମ୍‌। କହିଛନ୍ତି ଦିନ ଥିଲା ସନ୍ଧ୍ୟା ହେଲେ ମାଓବାଦୀଙ୍କ ପାଇଁ କବାଟ ବନ୍ଦ ହେଉଥିଲା । ଆଜି ସେ ସ୍ଥିତି ନାହିଁ, ଏଥିପାଇଁ ପୋଲିସଙ୍କ ବଳିଦାନ ପ୍ରଶଂସନୀୟ । ଆଜି ଏହି ଲଢ଼େଇ ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ଆହ୍ବାନ ରହିଛି ।ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ଲଢ଼େଇ ଶେଷ କହିଛନ୍ତି । ତେଣୁ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । 


 

 

  • bhubaneswar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.