ରାଜ୍ୟରେ କମିଲା ବାର୍ଡ ଫ୍ଲୁ ଭୟ, କେବଳ ପୁରୀ ଓ କେନ୍ଦ୍ରାପଡାରେ କଟକଣା

Published By : Prameya-News7 Bureau | September 23, 2024 IST

ଭୁବନେଶ୍ବର ୨୩/୯: ରାଜ୍ୟରେ ନିୟନ୍ତ୍ରଣରେ ଅଛି ବାର୍ଡ ଫ୍ଲୁ । ପୁରୀ ଓ କେନ୍ଦ୍ରାପଡାକୁ ଛାଡି ଅନ୍ୟ କେଉଁ ଜିଲ୍ଲାରେ ନାହିଁ ପ୍ରତିବନ୍ଧକ । ଅନ୍ୟ ଜିଲ୍ଲାର ଲୋକେ କୁକୁଡା ଓ ଅଣ୍ଡା ଖାଇପାରିବେ । ବ୍ୟବସାୟୀମାନେ ମଧ୍ୟ ବେପାର କରିପାରିବେ । କେହି ଭୟଭୀତ ନହେବାକୁ ଅପିଲ କରିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ଆହୁରି କହିଛନ୍ତି ତେବେ ଅନ୍ୟ ରାଜ୍ୟକୁ କୁକୁଡା ଓ ଅଣ୍ଡା ରପ୍ତାନୀ ନେଇ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେ ସଂପର୍କରେ ବିଚାର ବିମର୍ଶ ଚାଲିଛି ଖୁବ ଶୀଘ୍ର ସମାଧାନ ହେବ ।


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.