ଦେବାଶିଷଙ୍କ ମେଣ୍ଟ ମନ୍ତବ୍ୟ: ସାମ୍ନାକୁ ଆସିଲା ୩ ଦଳର ପ୍ରତିକ୍ରିୟା

Published By : Prameya-News7 Bureau | September 22, 2024 IST

ଭୁବନେଶ୍ବର ୨୨/୯: ଓଡ଼ିଶାରେ ଖୁବ ଶୀଘ୍ର ଉପନିର୍ବାଚନ ହେବ ।କଂଗ୍ରେସ ସହ ହାତ ମିଶାଇବ ବିଜେଡି ।ଜଗତସିଂହପୁର କୁଜଙ୍ଗ ସମାବେଶରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି ।ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ । ଦେବାଶିଷଙ୍କ ମନ୍ତବ୍ୟକୁ ସମାଲୋଚନା କରି ବିଜେପି କହିଛି ଦେବାଶିଷ ଦିନରେ ଶୋଇ ସ୍ବପ୍ନ ଦେଖୁଛନ୍ତି ।୨୪ ବର୍ଷରେ ବିଜେଡି ଯାହା କରି ନଥିଲା ୧୦୦ ଦିନରେ ବିଜେପି ସରକାର ତାହା କରି ଦେଖାଇଛନ୍ତି । ବିଜେଡିର ଘର ଖାଲି ହୋଇଗଲାଣି, ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛନ୍ତି ଯେଉଁଥିରେ ସଫଳ ହେବେ ନାହିଁ ବୋଲି ବୋଲି ବିଜେପି କହିଛି ।

ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ସଫେଇ ଦେଇଛି ବିଜେଡି । ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ଦେବାଶିଷ ବାବୁ କୋଉ ପରିପ୍ରେକ୍ଷୀରେ କହିଛନ୍ତି ସେ ଜାଣିଥିବେ l ଦଳୀୟ ସ୍ତରରେ କଂଗ୍ରେସ ସହିତ ମେଣ୍ଟ ହେବା ନେଇ ସେଭଳି କିଛି ଆଲୋଚନା କି ନିଷ୍ପତ୍ତି ହୋଇନି। ଦଳ ପକ୍ଷରୁ ଯଦି ସେଭଳି ନିଷ୍ପତ୍ତି ହୁଏ ତେବେ ଜଣାଇଦେବୁ ।

କଂଗ୍ରେସ ସହ ମେଣ୍ଟ ଆଦୌ ସମ୍ଭବ ନୁହେଁ । ବିଜେଡି କଂଗ୍ରେସ ସହ ମିଶି ସରକାର କରିବା କଥା ହାସ୍ୟାସ୍ପଦ । ଏହା ଦେବାଶିଷଙ୍କ ମୁଙ୍ଗେରୀଲାଲ୍ କି ହସିନ୍ ସପନେ ଭଳି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । 



  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.