ଭରତପୁର ଘଟଣାରେ ୭ ଯୁବକଙ୍କୁ ବାନ୍ଧିଲା ଚନ୍ଦକା ପୋଲିସ,ଗାଡି ସହ ୧୧ଟି ଫୋନ୍ ଜବତ

Published By : Prameya-News7 Bureau | September 21, 2024 IST

ଭୁବନେଶ୍ବର ୨୧/୯: ରାସ୍ତାରେ କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା । ୭ ଜଣ ଯୁବକଙ୍କୁ ବାନ୍ଧିଲା ଚନ୍ଦକା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଗାଡି ସହ ୧୧ଟି ମୋବାଇଲ ଜବତ କରାଯାଇଛି । ଗତ ୧୫ ତାରିଖ ବିଳମ୍ବିତ ରାତିରେ ୭ ଜଣ ଯୁବକ କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ଅଶ୍ଣୀଳ ଇଙ୍ଗିତ କରିବା ସହ ଦୁର୍ବ୍ୟବହାର କରିଥିଲେ । ସମସ୍ତେ ଇଞ୍ଜିନିୟରିଂ ଛାତ୍ର । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।  ଭୁବନେଶ୍ବର ଅତିରିକ୍ତ ଡିସିପି କୃଷ୍ଣପ୍ରସାଦ ଦାସ ଏ ସଂପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.