ବାରମ୍ବାର ଅଭିଯୋଗ ସତ୍ତ୍ବେ ଡ୍ରେନ କାମ କଲାନି BMC ପରିସ୍ରା କରି ପ୍ରତିବାଦ କଲେ ବସ୍ତିବାସିନ୍ଦା

Published By : Prameya-News7 Bureau | September 21, 2024 IST

ଭୁବନେଶ୍ବର ୨୧/୯: ଅଭିଯୋଗ ଶୁଣିଲାନି ପ୍ରଶାସନ । ପରିସ୍ରା କରି ପ୍ରତିବାଦ ଜଣାଇଲେ ବସ୍ତି ବାସିନ୍ଦା । ବିଏମ୍‌ସି ଅଫିସରୁ ଆସିଛି ଏଭଳି ଅଜବ ପ୍ରତିବାଦର ଚିତ୍ର । ଦୀର୍ଘ ଦିନ ଧରି ୪୫ ନମ୍ବର ୱାର୍ଡ ଶବର ସାହିରେ ଡ୍ରେନ କାମ ଅଧାରେ ଅଟକିଛି । ପ୍ରାୟ ୬୦୦ ମିଟର ଡ୍ରେନର କାମ ଅଧାରେ ଅଟକିଛି । ଅଫିସରଙ୍କ ଅବହେଳା ପାଇଁ ଅଧପନ୍ତରିଆ ହୋଇ ପଡିଛି । ଡ୍ରେନ ପାଣି ଯାଇ ସ୍ବେରେଜ ଲାଇନରେ ପଶୁଛି । ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି । ବର୍ଷା ହେଲେ ସ୍ଥିତି ସାଂଘାତିକ ହେଉଛି ।  ବାରମ୍ବାର ଗୁହାରି ସତ୍ତ୍ବେ ସମସ୍ୟାର ସମାଧାନ ହେଉନଥିବାରୁ ବିଏମ୍‌ସି ସିଟି ଇଞ୍ଜିନିୟରିଂ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ଶବର ସାହି ବାସିନ୍ଦା । ଏ ଘଟଣା ଶୁକ୍ରବାରର । ପରିସ୍ରା ପରେ ବିଏମସି କର୍ମଚାରୀମାନେ ସଫା କରୁଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି । ସେପଟେ ୱାର୍ଡର କର୍ପୋରେଟର ପରିସ୍ରା କଥାକୁ ସ୍ବୀକାର କରିଥିବାବେଳେ ମେୟର ସୁଲୋଚନା ଦାସ ଏହାକୁ ଖଣ୍ଡନ କରିଛନ୍ତି ।


 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.