ଭାରତର ପ୍ରଥମ ମହିଳା ଅଲିମ୍ପିଆନ ଜିମ୍ନାଷ୍ଟ ଦୀପା କର୍ମାକରଙ୍କ ସନ୍ନ୍ୟାସ ଘୋଷଣା, ପୋଷ୍ଟ ଲେଖି କହିଲେ- ମନେ ପଡ଼ୁଛି ସେହି...

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ: ଭାରତୀୟ ଖେଳ ଜଗତରୁ ଏକ ବଡ଼ ଖବର ସାମନାକୁ ଆସିଛି । ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ଘୋଷଣା କରିଛନ୍ତି । ଦୀପା ରିଓ ଅଲିମ୍ପିକ୍ସ ୨୦୧୬ରେ ଦମଦାର ପ୍ରଦର୍ଶନ କରିଥିଲେ, ତେବେ ଚତୁର୍ଥ ସ୍ଥାନରେ ରହି ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ । ସେତେବେଳେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାରେ ଦୀପା ହୋଇଥିଲେ ପ୍ରଥମ ଭାରତୀୟ ଜିମ୍ନାଷ୍ଟ । ଦୀପାଙ୍କୁ ୨୦୧୬ରେ ଖେଳ ରତ୍ନରେ ସମ୍ମାନିତ କରାଯାଇଥିଲା । ଏହାର ଗୋଟିଏ ବର୍ଷ ପରେ ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଦୀପା କର୍ମାକର ୨୦୧୮ରେ ତୁର୍କୀରେ ସର୍ସିନରେ FIG ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ୱାର୍ଲଡ ଚ୍ୟାଲେଞ୍ଜ କପ୍‌ର ୱାଲ୍ଟ କମ୍ପିଟିସନରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଉପଲବ୍ଧି ହାସଲ କରିବାରେ ସେ ଭାରତ ପ୍ରଥମ ଜିମ୍ନାଷ୍ଟ ହୋଇଥିଲେ । 

ତ୍ରିପୁରାର ଦୀପା କର୍ମାକାର ଭାରତୀୟ ଜିମ୍ନାଷ୍ଟିକ୍ସର ଜଣେ ପ୍ରମୁଖ ଚେହେରା । ଦୀପା ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ଏହି ପୋଷ୍ଟରେ ଦୀପଙ୍କ ବେଦନା ମଧ୍ୟ ସାମନାକୁ ଆସିଛି । ସେ କହିଛନ୍ତି, 'ମୁଁ ଅନେକ ବିଚାର କରିବା ପରେ ନିଷ୍ପତ୍ତି ନେଇଛି ଯେ ଜିମ୍ନାଷ୍ଟିକରୁ ସନ୍ନ୍ୟାସ ନେବି । ଏହା ନିଷ୍ପତ୍ତି ସହଜ ନଥିଲା । କିନ୍ତୁ ଏବେ ସଠିକ୍ ସମୟ ଆସିସାରିଛି । ଜିମ୍ନାଷ୍ଟିକ୍ ମୋର ଜୀବନର ସବୁଠୁ ବଡ଼ ଅଂଶ । ମୋତେ ସେହି ୫ ବର୍ଷର ଦୀପା ମନକୁ ଆସୁଛି, ଯାହାକୁ ଫ୍ଲାଟ୍ ଫୁଟ୍ ପାଇଁ କେବେ ଜିମ୍ନାଷ୍ଟ ହୋଇପାରିବୁ ନାହିଁ ବୋଲି କୁହାଯାଇଥିଲା । ଆଜି ମୋର ଉପଲବ୍ଧି ଦେଖି ବହୁତ ବର୍ଗ ଅନୁଭବ ହେଉଛି ।'

ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକରେ ଦୀପାଙ୍କ ଉପଲବ୍ଧି

- ଏସିଆନ ଚାମ୍ପିୟନଶିପ-୨୦୨୪ରେ ସ୍ୱର୍ଣ୍ଣ

- ୱାର୍ଲଡ୍ କପ୍ ୨୦୧୮ରେ ସ୍ୱର୍ଣ୍ଣ

- ୱାର୍ଲଡ୍ କପ୍ ୨୦୧୮ରେ ବ୍ରୋଞ୍ଜ

- ଏସିଆନ ଚାମ୍ପିୟନଶିପ ୨୦୧୫ରେ ବ୍ରୋଞ୍ଜ

- ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୪ରେ ବ୍ରୋଞ୍ଜ

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.