ଭାରତ ବାହାରେ ଖୋଲିବ IIT ମାଡ୍ରାସ୍ କ୍ୟାମ୍ପସ, ଏହି ଦେଶ ସହ ହେଲା ଚୁକ୍ତି

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ଶିକ୍ଷାନୁଷ୍ଠାନ IITର କ୍ୟାମ୍ପସ ବିଦେଶରେ ଖୋଲିବାକୁ ଯାଉଛି। ଏନେଇ ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଇଆଇଟି ମାଡ୍ରାସ୍ କ୍ୟାମ୍ପସ୍‌ ଇଷ୍ଟ ଆଫ୍ରିକା ଉପକୂଳରେ ଥିବା ତାଞ୍ଜାନିଆର ଜାଞ୍ଜିବାର ଦ୍ୱୀପପୁଞ୍ଜରେ ଖୋଲିବ। ଏ ନେଇ ଭାରତ ଓ ତାଞ୍ଜାନିଆ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୁଧବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ଜାଞ୍ଜିବାର ରାଷ୍ଟ୍ରପତି ହୁସେନ୍ ଅଲି ମ୍ୱିନ୍ୱିଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରଥମ ଆଇଆଇଟି କ୍ୟାମ୍ପସ ଭାରତ ବାହାରେ ଜାଞ୍ଜିବାରରେ ସ୍ଥାପନା ହେବାକୁ ଯାଉଛି। ଏନେଇ ଭାରତୀୟ ଶିକ୍ଷା ମନ୍ତ୍ରାଳୟ, ଆଇଆଇଟି ମାଡ୍ରାସ ଓ ଜାଞ୍ଜିବାର ଶିକ୍ଷା ଓ ଧନ୍ଦାମୁଳକ ପ୍ରଶିକ୍ଷଣ ମନ୍ତ୍ରଣାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

Image

ମନ୍ତ୍ରଣାଳୟ କହିଛି ଏହି କ୍ୟାମ୍ପସ୍ ଭାରତ ଏବଂ ତାଞ୍ଜାନିଆ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତ୍ୱର ପ୍ରତିଫଳନ। ଆଫ୍ରିକା ଏବଂ ବିଶ୍ୱର ଦକ୍ଷିଣାଞ୍ଚଳ ମଧ୍ୟରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ଭାରତର ଲକ୍ଷ୍ୟର ସ୍ମାରକ।

ଏଥିରେ କୁହାଯାଇଛି ଯେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ସୁପାରିଶରେ କୁହାଯାଇଛି ଯେ " ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନ୍ୟ ଦେଶରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ଉତ୍ସାହିତ କରାଯିବ।"

wp:embed {"url":"https://twitter.com/DrSJaishankar/status/1676663524213268481?s=20","type":"rich","providerNameSlug":"twitter","responsive":true}
https://twitter.com/DrSJaishankar/status/1676663524213268481?s=20
/wp:embed

"ତାଞ୍ଜାନିଆ ଏବଂ ଭାରତ ମଧ୍ୟରେ ରଣନୀତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଚୁକ୍ତି ସ୍ୱାକ୍ଷରିତ କରି ଶିକ୍ଷା କ୍ଷେତ୍ରରେ ଦ୍ୱାପାଖିକ ଭାଗିଦାରୀକୁ ଆନୁଷ୍ଠାନିକ ସମ୍ପନ୍ନ କରାଯାଇଛି। ଫଳରେ ଜାନଜିବର-ତାଞ୍ଜାନିଆରେ ଆଇଆଇଟି ମାଡ୍ରାସର ପ୍ରସ୍ତାବିତ କ୍ୟାମ୍ପସ ସ୍ଥାପନା ବିଷୟରେ ଆଇଡିଆ ଦେବ। ଅକ୍ଟୋବର ୨୦୨୩ରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏମ୍‌ଇଏ କହିଛି।

Image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.