ବଢିଲା ଜଳସ୍ତର, ଚଳିତ ବର୍ଷ ପ୍ରଥମ ଥର ଖୋଲିଲା ଜଲାପୁଟ ଡ୍ୟାମ୍‌ର ୫ ଗେଟ୍

Published By : Prameya-News7 Bureau | September 08, 2024 IST

ଲମତାପୁଟ ୮।୯: ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ଜଲାପୁଟ ଡ୍ୟାମ୍‌ର ୫ଟି ଗେଟ୍ ଖୋଲିଲା l ଜଲାପୁଟ ଡ୍ୟାମ୍‌ର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ୨୭୪୯.୧୦ ଫୁଟକୁ ଜଳସ୍ତର ଛୁଇଁଛି l ଡ୍ୟାମ୍‌କୁ ୨୦୦୦ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ୍ ଓ୍ବେ ଡ୍ୟାମ୍‌ ଦେଇ ୬ ହଜାର କ୍ୟୁସେକ ଏବଂ ମୁଖ୍ୟ ଡ୍ୟାମ୍ ଦେଇ ୨ ହଜାର କ୍ୟୁସେକ ପାଣି ଛଡାଯାଉଛି l ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି. ଡ୍ୟାମ୍‌ରେ ପହଞ୍ଚି ଜଳସ୍ତର ବଢ଼ିବାରୁ ତିନୋଟି ଗେଟ୍ ଖୋଲାଯାଇଛି l ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଘଟି ବିପଦ ସଙ୍କେତକୁ ଛୁଇଁବା ପରେ ୩ ନମ୍ବର, ୫ ନମ୍ବର ଏବଂ ୭ ନମ୍ବର ଗେଟ୍ ଖୋଲି ୧୩ ହଜାର କ୍ୟୁସେକ ପାଣି ନିଷ୍କାସିତ କରାଯାଉଛି l ଡ୍ୟାମ୍ କ୍ଷମତା ୨୫୯୦ ଫୁଟ ଥିବା ବେଳେ ବର୍ତ୍ତମାନ ୨୫୮୬ ଫୁଟକୁ ଜଳସ୍ତର ଛୁଇଁଛି l ପାଣିପାଗ ବିଭାଗରୁ କୋରାପୁଟ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇବା ସୂଚନା ରହିଥିବା ବେଳେ ଆଗକୁ ବର୍ଷାର ପରିମାଣ ବଢିଲେ  ଆହୁରି ଅନ୍ୟ ଗେଟ୍ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l

You Can Read:

ପଶ୍ଚିମବଙ୍ଗରୁ ବସ୍‌ରେ ଆସୁଛି ବ୍ରାଉନସୁଗାର : ବସ୍‌ଷ୍ଟାଣ୍ଡରୁ ୨୦୦ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.