ଇଂରେଜ ଶାସନର ସେହି ପାଞ୍ଚ ଛାପ, ଯାହା ଏ​‌ବେ ପାଲଟିଯାଇଛି ଇତିହାସ

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ, ୧୪/୦୮: ମଙ୍ଗଳବାର ଅର୍ଥାତ୍‌ ୧୫ ଅଗଷ୍ଟ ୨୦୨୩ରେ ଦେଶ ପୂରଣ କରିବାକୁ ଯାଉଛି ସ୍ବାଧୀନତାର ୭୬ ବର୍ଷ । ସ୍ବାଧୀନତାର ଏହି ଲମ୍ବା ଅବଧିରେ ଅନେକ କିଛି ଘଟିଛି। ଏହି ୭୬ ବର୍ଷରେ ବହୁତ କିଛି ବଦଳିଛି । ଦେଶ ଖୁବ୍‌ ଆଗକୁ ବଢ଼ିଛି । ଇଂରେଜଙ୍କ ଲୁଣ୍ଠନ ସତ୍ତ୍ବେବି ଆଜି ଭାରତ ଦୁନିଆର ପଞ୍ଚମ ଅର୍ଥବ୍ୟବସ୍ଥା ହୋଇପାରିଛି । ସମଗ୍ର ଦୁନିଆ ଆଗରେ ଭାରତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତେବେ ଏହି ଅବଧି ମଧ୍ୟରେ ଭାରତ ସରକାର ଏଭଳି ଅନେକ ନିଷ୍ପତ୍ତି ନେଇଛନ୍ତି ଯାହା ବ୍ରିଟିଶ ଶାସନର ଛାପ ଛାଡ଼ିଥିଲା। ଆଉ ଆଜି ତାହାର ଅଂଶ ବି ଆଉ ନାହିଁ। କହିପାରିବା ସରକାର ଏହାର ଚିହ୍ନକୁ ସଂପୂର୍ଣ୍ଣ ଲିଭାଇଦେଇଛନ୍ତି। ଆସନ୍ତୁ ଜାଣିବା ସେହି ୫ ଇଂରେଜି ଛାପ ବିଷୟରେ ଯାହା ଗୁଲାମୀର କାହାଣୀ କହୁଥିଲେ। ତାହା ଏବେ ପାଲଟିଛି ଇତିହାସ।

୧. ବ୍ରିଟିଶ ଆଇନ୍‌ରେ ବଡ଼ ପରିବର୍ତ୍ତନ, ଦଣ୍ଡ ନୁହେଁ ନ୍ୟାୟ ଆଡ଼କୁ ବଢ଼ୁଛି ପାଦ

କେନ୍ଦ୍ର ସରକାର ଏମିତିରେ ତ’ ଅନେକ ବ୍ରିଟିଶ ଆଇନକୁ ହଟାଇଛନ୍ତି। ସେହି ଆଇନ୍‌ ଯାହା ଆଜି ଉଦ୍ଦେଶ୍ୟହୀନ, ଅର୍ଥହୀନ ଥିଲା। ତେବେ ସବୁଠୁ ବଡ଼ ଆଇନ ପରିବର୍ତ୍ତନ ହେଉଛି ୧୮୬୦ରେ ଲାଗୁ ଭାରତୀୟ ପ୍ୟାନେଲ କୋଡ୍‌ ଅର୍ଥାତ୍‌ ଭାରତୀୟ ଦଣ୍ଡ ସଂହିତା ଏବଂ ୧୮୭୨ରେ ଲାଗୁ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ଯାହାକୁ ଇଂରେଜ ସରକାର ଭାରତୀୟଙ୍କ ଉପରେ ଶାସନ କରିବାକୁ ଲାଗୁ କରିଥିଲେ।

{"id":818469,"sizeSlug":"full","linkDestination":"none"}

ସରକାର ଚଳିତ ମୌସୁମୀ ଅଧିବେଶନରେ ବିଲ୍‌ ଆଣି ଆଇପିସି, ଏଭିଡେନ୍ସ ଆକ୍ଟର ମୂଳପୋଛ କରିଛନ୍ତି। ସିଆରପିସି ଅର୍ଥାତ୍‌ ଦଣ୍ଡ ପ୍ରକ୍ରିୟା ସଂହିତାର ମଧ୍ୟ ହୋଇଛି। ଏହି ପରିବର୍ତ୍ତନରେ ସବୁଠୁ ମହତ୍ବପୂର୍ଣ୍ଣ ହେଉଛି ଦଣ୍ଡ ଶବ୍ଦକୁ ହଟାଯାଇଛି। ସରକାର ଦଣ୍ଡ ବଦଳରେ ନ୍ୟାୟ ଶବ୍ଦର ବ୍ୟବହାର କରିଛନ୍ତି, ଯାହା ଶୁଣିବାକୁ ଭଲ। ଏବେ ଆଇପିସି ଅର୍ଥାତ୍ ଭାରତୀୟ ଦଣ୍ଡ ସଂହିତା ବଦଳରେ ଭାରତୀୟ ନ୍ୟାୟ ସଂହିତ, ସିଆରିପିସି ଅର୍ଥାତ୍‌ ଦଣ୍ଡ ପ୍ରକ୍ରିୟା ସଂହିତା ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଅନୁଯାୟୀ ଭାରତୀୟ ସାକ୍ଷ୍ୟ ସଂହିତାକୁ ସ୍ଥାନ ମିଳିବାକୁ ଯାଉଛି।

୨- କିଙ୍ଗ୍‌ସଓ୍ବେ ଅର୍ଥାତ୍‌ ରାଜପଥ ଏବେ କର୍ତ୍ତବ୍ୟପଥ

କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ସରକାର ବ୍ରିଟିଶ ରାଜ୍‌ର ଅନେକ ସଡ଼କର ନାମ ପରିବର୍ତ୍ତନ କରିଛନ୍ତି। ଏହା ଏବେବି ଜାରି ରହିଛି। ଇଂରେଜଙ୍କ ନାମରେ ଥିବା ଅନେକ ସଡ଼କ ଏବେ ଭାରତର ସ୍ବାଧୀନତା ସଂଗ୍ରାମୀ, ବୈଜ୍ଞାନିକ ତଥା ଦେଶ ବିକାଶରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇ ଥିବା ଦେଶପ୍ରେମୀଙ୍କ ନାମରେ ନାମିତ ହୋଇଛି। ଏଦିଗରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହେଉଛି କିଙ୍ଗ୍‌ସଓ୍ବେ ଅର୍ଥାତ୍‌ ରାଜପଥର ନାମ ପରିବର୍ତ୍ତନ। ଯାହାକୁ ଗତ ବର୍ଷ କର୍ତ୍ତବ୍ୟ ପଥ ରୂପରେ ନାମିତ କରାଯାଇଛି।

ରାଜଧାନୀରେ ଦିଲ୍ଲୀରେ ଥିବା ଏହି ସଡ଼କ ଦେଶର ସବୁଠୁ ଗୁରୁତ୍ବପୂର୍ଣ୍ଣ ସଡ଼କ। ଏହା ଏକମାତ୍ର ସଡ଼କ, ଯାହା ଉପରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଦୁନିଆର ଅନେକ ହସ୍ତି ଯାଇଥାନ୍ତି। ମହତ୍ବପୂର୍ଣ୍ଣ ଏଥିପାଇଁ ମଧ୍ୟ କାରଣ ରାଷ୍ଟ୍ରପତି ଭବନ, ପିଏମଓ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ରାସ୍ତା ଏହି ରାସ୍ତା ଦେଇ ଯାଇଥାଏ।

{"id":831012,"sizeSlug":"full","linkDestination":"none"}

୩- ନୌସେନାକୁ ମିଳିଲା ଭାରତୀୟ ପତାକା

୨୦୨୨ ସେପ୍ଟେମ୍ବର ୨ରେ ଭାରତୀୟ ନୌସେନା ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ସ୍ବାଧୀନ ଭାରତର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ନୌସେନାକୁ ମିଳିଥିଲା ଏହାର ସଂପୂର୍ଣ୍ଣ ଭାରତୀୟ ଚିହ୍ନ ଥିବା ପତାକା। ପତାକା ସୁରକ୍ଷା ବଳ ପାଇଁ ମହତ୍ବପୂର୍ଣ୍ଣ କିନ୍ତୁ, ସମଗ୍ର ଦୁନିଆରେ ନୌସେନା ପାଇଁ ଏହା ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଜାହାଜରେ ଖଞ୍ଜା ଯାଇଥିବା ପତାକା ସେନାର ପ୍ରତୀକ। ସ୍ବାଧୀନତା ପରେ ଭାରତୀୟ ସମ୍ବିଧାନ ଲାଗୁ ହେବା ପର୍ଯ୍ୟନ୍ତ ସବୁ ସଶସ୍ତ୍ର ବଳ ବ୍ରିଟିଶ ଅମଳର ପତାକା ବ୍ୟବହାର କରିଆସୁଥିଲେ। ତେବେ ପ୍ରାୟ ୭୫ ବର୍ଷ ପରେ ନୌସେନାର ପତାକା ସଂପୂର୍ଣ୍ଣ ଭାବରେ ବ୍ରିଟିଶ ଚିହ୍ନରୁ ମୁକ୍ତ ହୋଇଛି। ଏବେ ଏହା ଛତ୍ରପତି ଶିବାଜୀ ମହାରାଜଙ୍କ ଠାରୁ ପ୍ରେରିତ। ପିଏମ ମୋଦୀ ଏହି ପତାକାକୁ ନୌସେନାକୁ ସମର୍ପିତ କରି ଉଲ୍ଲେଖ କରିଥିଲେ ଯେ ଗୁଲାମୀ ଏକ ଆଉ ଏକ ଚିହ୍ନକୁ ଛାତିରୁ କାଢ଼ି ଫୋପାଡ଼ିଛୁ।

{"id":831014,"sizeSlug":"full","linkDestination":"none"}

୫- ଜର୍ଜ ୫ମଙ୍କ ସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ

୧୯୬୮ରେ ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟରେ ତିଆରି କ୍ୟାନୋପିରୁ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ହଟାଇଦିଆଯାଇଥିଲା। ଏକଥା ଉପରେ ସଂସଦରେ ତର୍କ ହୋଇଥିଲା ଯେ ଏଠାରେ କାହାର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ମହତ୍ମା ଗାନ୍ଧୀଙ୍କ ନାମରେ ସହମତି ହୋଇଥିଲା କିନ୍ତୁ ଏହା କେବଳ ଫାଇଲରେ ପଡ଼ିରହିଥିଲା। ଏପଟେ ମହତ୍ବପୂର୍ଣ୍ଣ କ୍ୟାନୋପି ଖାଲି ପଡ଼ିଥିଲା। ପ୍ରାୟ ୫୪ ବର୍ଷ ପର୍ଯ୍ୟନ୍ତ ଏହି କ୍ୟାନୋପି ଖାଲି ପଡ଼ିଥିଲା। ଅନ୍ତତଃ ୨୦୨୨ରେ ନେତାଜୀଙ୍କ ପ୍ରତିମା ସ୍ଥାପିତ ହୋଇଥିଲା ଆଉ ଏକ ବ୍ରିଟିଶ ଛାପର ଅନ୍ତ ଘଟିଥିଲା।

{"id":831015,"sizeSlug":"full","linkDestination":"none"}

୪- ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରୁ ହଟିଲା ବ୍ରିଟିଶ ନାମ

ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୪୩ ଡିସେମ୍ବର ୩୦ରେ ପୋର୍ଟ ବ୍ଲେୟରରେ ତିରଙ୍ଗା ଉତ୍ତୋଳନ କରି ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ବ୍ରିଟିଶ ଶାସନରୁ ମୁକ୍ତ ଘୋଷଣା କରିଥିଲେ। ନେତାଜୀ ସେହି ସମୟରେ ଆଣ୍ଡାମାନ ଦ୍ବୀପ ସମୂହକୁ ସ୍ବରାଜ ଦ୍ବୀପ ଏବଂ ନିକୋବର ଦ୍ବୀପ ସମୂହକୁ ଶହିଦ ଦ୍ବୀପ ନାମ ରଖିଥିଲେ। ପରେ ସ୍ବାଧୀନ ଭାରତର ୭୧ ବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ଦସ୍ତାବିଜ୍‌ରେ ସ୍ବରାଜ ଦ୍ବୀପ ଏବଂ ଶହିଦ ଦ୍ବୀପ ଭାବରେ ନାମିତ ହୋଇଛି। ଆଉ ଏହି ଭଳି ଭାବରେ ଏହି ଦୁଇ ନାମ ପୁରୁଣା ନାମକୁ ନଷ୍ଟ କରିଛନ୍ତି। ଏହା ସହ ନୀଲ ଦ୍ବୀପଙ୍କ ଏବେ ଶହିଦ ଦ୍ବୀପ। ରାସ ଦ୍ବୀପ ଏବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ। ହେବଲକ ଦ୍ବୀପର ନାମ ସ୍ବରାଜ ଦ୍ବୀପ ରଖାଯାଇଛି। ଏହି ତିନି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ୨୦୧୮ ଡିସେମ୍ବର ୩୦ରେ ହୋଇଛି। ଏହା ବ୍ୟତୀତ ଆଣ୍ଡାମାନ ନିକୋବର ଦ୍ବୀପ ସମୂହ ଅନେକ ଛୋଟ ଛୋଟ ଅଂଶ ଦେଶ ପାଇଁ ବଳିଦାନ ଦେଇଥିବା ବୀରଙ୍କ ନାମରେ ନାମିତ ହେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.