ମାଲକାନଗିରି ୨୫।୦୩ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ଏନ୍କାଉଣ୍ଟର । ପୋଲିସ ଗୁଳିରେ ୫ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ତିନି ଜଣଙ୍କ ଶବ ଜବତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଦାନ୍ତେଓ୍ୱାଡ଼ା ଏସ୍ପି ଗୌରବ ରାୟ ଏହି ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଇନ୍ଦ୍ରାବତୀ ନଦୀ କୂଳରେ ନକ୍ସଲମାନେ ମେଳି ବାନ୍ଧିଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସୀମାନ୍ତ ଦାନ୍ତେଓ୍ୱାଡ଼ା ଏବଂ ବିଜାପୁରରେ ଦୀର୍ଘ ସମୟ ଧରି ଚାଲିଥିଲା ସର୍ଚ୍ଚ ଅପରେସନ । ତେବେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଚାଲିଥିବା ଏହି ଏନ୍କାଉଣ୍ଟରରେ ୫ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ସାଥୀ ନିହତ ହେବା ଦେଖି ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ସୁରକ୍ଷାକର୍ମୀଙ୍କୁ ୩ ଜଣଙ୍କ ଶବ ମିଳିଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଛାଡପତ୍ର ନେଲେ ଧନଶ୍ରୀ; ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ସୁରଭି, ଜାଣନ୍ତୁ ପୂରା କାରଣ..