ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦ. ଆଫ୍ରିକା ଦଳ ଘୋଷିତ, ରାବଡ଼ାଙ୍କୁ ମିଳିଲାନି ସ୍ଥାନ

Published By : Prameya-News7 Bureau | October 31, 2024 IST

ନୂଆଦିଲ୍ଲୀ: ଭାରତୀୟ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ସିରିଜ୍ ପାଇଁ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଡନ ମାରକ୍ରମ ଦଳର ନେତୃତ୍ଵ ଦାୟିତ୍ଵ ସମ୍ଭାଳୁଥିବା ବେଳେ ତାରକା ଦ୍ରୁତ ବୋଲର କାଗିସୋ ରାବଡ଼ାଙ୍କୁ ଦଳରେ ସ୍ଥାନ ମିଳିନାହିଁ। 

ଏହ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ହେନରିକ କ୍ଲାସେନ, ଡେଭିଡ ମିଲର ଓ କେଶବ ମହାରାଜ୮୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଜେରାଲ୍ଡ କୋଏତଜି ଓ ମାର୍କୋ ଜନସେନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଅଲରାଉଣ୍ଡର ମିହଲାଲୀ ମୋଙ୍ଗଓ୍ଵାନାଙ୍କୁ ପ୍ରଥମ ଥର ଟି-୨୦ରେ ସୁଯୋଗ ମିଳିଛି। ତୃତୀୟ ଓ ଚତୁର୍ଥ ଟି-୨୦ ପାଇଁ ଲୁଥୋ ସିପାମଲାଙ୍କୁ ଦଳରେ ସାମିଲ କରାଯାଇଛି। ଏହି ୨୬ ବର୍ଷୀୟ ଖେଳାଳି ୨୦୨୧ ଫେବୃଆରୀ ପରେ ପ୍ରଥମ ଥର ସୀମିତ ଓଭର ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳ ବାଂଲାଦେଶ ଗସ୍ତରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ରାବଡ଼ା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଗତକାଲି ଆଇସିସି ପକ୍ଷରୁ ଜାରି ସଦ୍ୟତମ ଟେଷ୍ଟ ବୋଲିଂ ମାନ୍ୟତାରେ ରାବଡ଼ା ଯଶପ୍ରୀତ ବୁମରାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ତଥାପି ତାଙ୍କୁ ଘରୋଇ ଟି-୨୦ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇ ନାହିଁ।

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦକ୍ଷିଣ ଆଫିକା ଦଳ

ଆଡନ ମାରକ୍ରମ(ଅଧିନାୟକ), ଓଟନିଲ ବାର୍ଟମ୍ୟାନ, ଗେରାଲ୍‌ଡ କୋଏତଜି, ଡୋନେଭନ ଫରେରା, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜନସେନ, ହେନରିକ କ୍ଲାସେନ, ପାଟ୍ରିକ କ୍ରୁଗର, କେଶବ ମହାରାଜ, ଡେଭିଡ୍ ମିଲର, ମିହଲାଲି ମପୋଙ୍ଗବାନା, ନକାବା ପିଟର, ରୟାନ ରିକେଲଟନ, ଆଣ୍ଡିଲ ସିମଲେନ, ଟ୍ରିଷ୍ଟନ ଟବ୍ସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.