ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ସିଜିନ ପୂର୍ବରୁ ମେଗା ନିଲାମ ହେବାକୁ ଯାଉଛି। ଖେଳାଳିଙ୍କ ନିଲାମୀ ନଭେମ୍ବର ଶେଷ ଆଡ଼କୁ କିମ୍ବା ଡିସେମ୍ବର ଆରମ୍ଭରେ ହୋଇପାରେ। ଏହା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜଙ୍କୁ ନିଜର ରିଟେନ୍ ଓ ରିଲିଜ୍ କରିଥିବା ଖେଳାଳିଙ୍କ ତାଲିକା ବିସିସିଆଇକୁ ଦେବାକୁ ପଡ଼ିବ। ଏହାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧। ଅର୍ଥାତ ଆସନ୍ତାକାଲି ସମସ୍ତ ଫ୍ରାଞ୍ଚାଇଜ ଖେଳାଳିଙ୍କ ତାଲିକା ପ୍ରଦାନ କରିବେ।
ନିକଟରେ ବିସିସିଆଇ ରିଟେନସନକୁ ନେଇ ନୂଆ ନିୟମ ଜାରି କରିଥିଲା। ଏହା ଅନୁଯାୟୀ, ଜଣେ ଫ୍ରାଞ୍ଚାଇଜ ସର୍ବାଧିକ ୬ ଖେଳାଳିଙ୍କୁ ରିଟେନ୍ କରି ପାରିବେ। ଯଦି କୌଣସି ଦଳ ୬ରୁ କମ ଖେଳାଳିଙ୍କ ରିଟେନ୍ କରେ ତେବେ ସେହି ସ୍ଥିତିରେ ଫ୍ରାଞ୍ଚାଇଜମାନଙ୍କୁ ନିଲାମ ସମୟରେ ରାଇଟ୍ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରିବାର ସୁଯୋଗ ମିଳିବ।
ତେବେ ଫ୍ରାଞ୍ଚାଇଜ ନିଜର କେଉଁ ଖେଳାଳିଙ୍କୁ ଦଳରେ ରଖିବେ ତାର ଚିତ୍ର ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ରିପୋର୍ଟ ଅନୁଯାୟୀ ଗୁଜରାଟ ଟାଇଟନ୍ସ ମହମ୍ମଦ ଶାମିଙ୍କୁ ରିଲିଜ୍ କରିପାରେ। ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ କେଏଲ ରାହୁଲ ନିଲାମରେ ସାମିଲ ହୋଇ ପାରନ୍ତି। ଆସନ୍ତୁ ଜାଣିବା ସବୁ ୧୦ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ ରିଟେନ କରି ପାରନ୍ତି।
ଗୁଜରାଟ ଟାଇଟନ୍ସ
ଶୁଭମନ ଗିଲ୍, ରଶିଦ ଖାନ, ସାଇ ସୁଦର୍ଶନ, ଶାହରୁଖ ଖାନ, ରାହୁଲ ତେଓ୍ଵତିଆ(ଆରଟିଏମ)।
ଲକ୍ଷ୍ନୌ ସୁପର ଜାଏଣ୍ଟସ
ନିକୋଲାସ ପୂରନ, ମୟଙ୍କ ଯାଦବ, ଆୟୁଷ ବଦୋନୀ, ରବି ବିଷ୍ଣୋଇ(ଆରଟିଏମ)।
କେଏଲ ରାହୁଲଙ୍କ ନିଲାମୀରେ ସାମିଲ କରାଯିବାର ସମ୍ଭାବନା ରହିଛି।
ମୁମ୍ବାଇ ଇଣ୍ଡିଆନ୍ସ
ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା।
ଚେନ୍ନାଇ ସୁପର କିଙ୍ଗ୍ସ
ମହେନ୍ଦ୍ର ସିଂ ଧୋନୀ(ଅନକ୍ୟାପ୍ଡ), ଋତୁରାଜ ଗାଏକ୍ଵାଡ଼, ରବୀନ୍ଦ୍ର ଜାଡ଼େଜା, ରଚିନ ରବିନ୍ଦ୍ରନ(ସମ୍ଭବତଃ), ମଥିଶା ପଥିରାନା?
ସନରାଇଜର୍ସ ହାଇଦ୍ରାବାଦ
ପାଟ୍ କମିନ୍ସ, ହେନରିକ କ୍ଲାସେନ, ଅଭିଷେକ ଶର୍ମା, ଟ୍ରେଭିସ୍ ହେଡ୍, ଅବଦୁଲ ସାମଦ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ବିରାଟ କୋହଲି, ମହମ୍ମଦ ସିରାଜ, ୟଶ ଦୟାଲ(ସମ୍ଭବତଃ)।
ଦିଲ୍ଲୀ କ୍ୟାପିଟାଲ୍
କୁଲଦୀପ ଯାଦବ, ଅକ୍ଷର ପଟେଲ,ଋଷଭ ପନ୍ତ (ଡିସି ତାଙ୍କୁ ରିଟେନ୍ କରିବାକୁ ଚାହୁଁଛି, ମାତ୍ରୃ ତାଙ୍କର ନିଲାମରେ ସାମିଲ ହେବା ଆଶା କରାଯାଉଛି)।
କୋଲକାତା ନାଇଟ୍ ରାଇଡର୍ସ
ସୁନୀଲ ନାରିନ, ରହମନୁଲ୍ଲା ଗୁରବାଜ, ରିଙ୍କୁ ସିଂ, ହର୍ଷିତ ରାଣା।
ଶ୍ରେୟସ ଆୟରଙ୍କ ଉପରେ ବଡ଼ ପ୍ରଶ୍ନ ଉଠିଛି। କାରଣ କେକେଆରଙ୍କ ପ୍ରାଥମିକତା ତାଲିକାରେ ଅନେକ ଖେଳାଳି ରହିଛନ୍ତି।
ପଞ୍ଜାବ କିଙ୍ଗ୍ସ
ଅର୍ଶଦୀପ ସିଂ।
ସମସ୍ତ ଖେଳାଳିଙ୍କୁ ରିଟେନ୍ କରିବା ପରିବର୍ତ୍ତେ ରାଇଟ୍ ଟୁ ମ୍ୟାଚ୍ର ବ୍ୟବହାର କରିପାରେ।
ରାଜସ୍ଥାନ ରୟାଲ୍ସ
ସଞ୍ଜୁ ସାମସନ, ଯଶସ୍ଵୀ ଜୟସ୍ଵାଲ, ରିୟାନ ପରାଗ।
ଆହତ କାରଣରୁ ଜୋସ ବଟଲରଙ୍କ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।