IPL ରିଟେନ୍‌ସନ୍ ତାଲିକା: ବିରାଟ-ରୋହିତ ଏବଂ ଧୋନିଙ୍କ ନାଁ ସାମିଲ, ହାଇଦ୍ରାବାଦର ହେନରିକ୍ କ୍ଲାସେନ୍ ସବୁଠୁ ମହଙ୍ଗା

Published By : Prameya-News7 Bureau | October 31, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ସିଜିନ ପାଇଁ ମେଗା ଅକ୍ସନ ହେବ । ଚଳିତ ବର୍ଷ ନଭେମ୍ୱର ଶେଷ କିମ୍ୱା ଡିସେମ୍ୱର ଆରମ୍ଭରେ ଏହି ନିଲାମୀ ହୋଇପାରେ । ତେବେ ଏହା ପୂର୍ବରୁ ଗୁରୁବାର ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜି ନିଜ ରିଟେନ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ପାଞ୍ଚ ଟିମ୍ ନିଜ ଅଧିନାୟକଙ୍କୁ ରିଲିଜ୍ କରିଛନ୍ତି । ଆସନ୍ତୁ ନଜର ପକାଇବା କେଉଁ ଟିମ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିଛନ୍ତି ।

ମୁମ୍ୱାଇ ଇଣ୍ଡିଆନ୍ସ

ଜଶପ୍ରୀତ ବୁମ୍ରା (୧୮ କୋଟି)

ସୂର୍ଯ୍ୟକୁମାର ଯାଦବ (୧୬.୩୫ କୋଟି)

ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫ କୋଟି)

ରୋହିତ ଶର୍ମା (୧୬.୩୦) 

ତିଲକ ବର୍ମା (୮ କୋଟି)

ଚେନ୍ନାଇ ସୁପର କିଙ୍ଗ୍ସ 

ଋତୁରାଜ ଗାଇକୱାଡ (୧୮ କୋଟି)

ମାଥିସା ପାଥିରାନା (୧୩ କୋଟି)

ଶିବମ ଦୁବେ (୧୨ କୋଟି)

ରବିନ୍ଦ୍ର ଜାଡେଜା (୧୮ କୋଟି)

ଏମଏସ ଧୋନି (୪ କୋଟି)

ରାଜସ୍ଥାନ ରୟାଲ୍ସ 

ସଞ୍ଜୁ ସାମସନ (୧୮ କୋଟି)

ଯଶସ୍ୱୀ ଜୈସ୍ୱାଲ (୧୮ କୋଟି)

ରିୟାନ ପାରାଗ (୧୪ କୋଟି)

ଧ୍ରୁଭ ଜୁରେଲ (୧୪ କୋଟି)

ଶିମ୍ରନ ହେଟମିୟର (୧୧ କୋଟି) 

ସନ୍ଦୀପ ଶର୍ମା (୪ କୋଟି)

ଆରସିବି 

ବିରାଟ କୋହଲି (୨୧ କୋଟି)

ରଜତ ପାଟିଦାର (୧୧ କୋଟି) 

ୟଶ ଦୟାଲ (୫ କୋଟି)

ପଂଜାବ କିଙ୍ଗସ୍ 

ଶଙ୍କର ସିଂ (୫.୫୦ କୋଟି) 

ପ୍ରଭାସୀମରନ୍ ସିଂ (୪ କୋଟି)

ଦିଲ୍ଲୀ କ୍ୟାପିଟାଲ୍ସ

ଅକ୍ସର ପଟେଲ (୧୬.୫ କୋଟି)

କୁଲଦୀପ ଯାଦବ (୧୩.୨୫ କୋଟି)

ଟ୍ରିଆଷ୍ଟ ଷ୍ଟବ୍ସ (୧୦ କୋଟି) 

ଅଭିଷେକ ପୋରେଲ (୪ କୋଟି)

ଲକ୍ଷ୍ନୌ ସୁପର ଜଏଣ୍ଟସ୍ 

ନିକୋଲାସ୍ ପୁରନ୍ (୨୧ କୋଟି)

ରବି ବିଷ୍ଣୋଇ (୧୧ କୋଟି)

ମୟଙ୍କ ଯାଦବ (୧୧ କୋଟି)

ଆୟୁଷ ବଦୋନି (୪ କୋଟି) 

ମୋହସିନ୍ ଖାନ୍ (୪ କୋଟି)

କୋଲକାତା ନାଇଟ୍ ରାଇଡର୍ସ 

ସୁନୀଲ ନାରିନ (୧୨ କୋଟି)

ରିଙ୍କୁ ସିଂ (୧୩ କୋଟି)

ଆଣ୍ଡ୍ରେ ରସେଲ (୧୨ କୋଟି)

ବରୁଣ ଚକ୍ରବର୍ତ୍ତୀ (୧୨ କୋଟି)

ରମଣଦୀପ ସିଂ (୪ କୋଟି) 

ହର୍ଷିତ ରାଣା (୪ କୋଟି)

ସନରାଇଜର୍ସ ହାଇଦ୍ରାବାଦ 

ହେନରିକ୍ କ୍ଲାସେନ୍ (୨୩ କୋଟି)

ପ୍ୟାଟ୍ କମିନ୍ସ (୧୮ କୋଟି)

ଅଭିଷେକ ଶର୍ମା (୧୪ କୋଟି)

ନୀତୀଶ ରେଡ୍ଡୀ (୬ କୋଟି)

ଟ୍ରାଭିସ୍ ହେଡ୍ (୧୪ କୋଟି)

ଗୁଜୁରାଟ ଟାଇଟାନ୍ସ 

ଶୁଭମାନ ଗିଲ (୧୬.୫ କୋଟି)

ରସିଦ ଖାନ (୧୮ କୋଟି)

ସାଇ ସୁଦର୍ଶନ (୮.୫ କୋଟି)

ରାହୁଲ ତେୱାଟିଆ (୪ କୋଟି) 

ଶାହାରୁଖ ଖାନ (୪ କୋଟି)

ସମସ୍ତ ଟିମ୍ ଦ୍ୱାରା ମୋଟ ୪୬ ଖେଳାଳିଙ୍କୁ ରିଟେନ୍ କରାଯାଇଛି । ପଞ୍ଜାବ କିଙ୍ଗ୍ସ ସବୁଠୁ କମ୍ ୨ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ସେହିପରି ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ସବୁଠୁ ଅଧିକ ୬-୬ ଖେଳାଳିଙ୍କୁ ରିଟେନ୍ କରିଛନ୍ତି । ହେନରିକ୍ କ୍ଲାସେନ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୩ କୋଟି ଟଙ୍କାରେ ରିଟେନ୍ କରିଛି ।

ଚଳିତ ରିଟେନସନର ସବୁଠାରୁ ବଡ଼ କଥା ହେଉଛି ରିଷଭ ପନ୍ତ, ଶ୍ରେୟସ ଆୟର, ଫାଫ ଡୁ ପ୍ଲେସିସଙ୍କୁ ତାଙ୍କ ଟିମ୍ ରିଟେନ କରି ନାହିଁ । ଅନ୍ୟପଟେ ଏମ୍‌ଏସ୍ ଧୋନି ଆଗାମୀ ସିଜିନରେ ନଜର ଆସିବେ । ଅନକ୍ୟାପଡ୍ ଖେଳାଳି ଭାବେ ଟିମ୍ ତାଙ୍କୁ ରିଟେନ୍ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.