ନୂଆଦିଲ୍ଲୀ ୦୨।୧୧: ଦୁନିଆର ସବୁଠୁ ବଡ ତଥା ଲୋକପ୍ରିୟ ଟି-20 କ୍ରିକେଟ୍ ଲିଗ୍ ମଧ୍ୟରୁ ଅନ୍ୟତମ ଆଇପିଏଲ୍ । ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳି ଏଥିରେ ହୁଅନ୍ତି ସାମିଲ୍ । ଏହି ଲିଗ୍ ପୂର୍ବରୁ ନିଲାମୀରେ ପ୍ଲେୟରଙ୍କୁ କିଣନ୍ତି ଫ୍ରାଞ୍ଚାଇଜ୍ । କିନ୍ତୁ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ, ବିଦେଶୀ ପ୍ଲେୟରଙ୍କୁ କେମିତି ମିଳେ ତାଙ୍କ ଫି ? ଟଙ୍କା ଆକାରରେ ନା ଡଲାର ଭାବେ ମିଳେ ଫି ?
ସାଧାରଣତଃ ଆଇପିଏଲ ଖେଳୁଥିବା ସମସ୍ତ ଖେଳାଳି, ସେମାନେ ଭାରତୀୟ ହୁଅନ୍ତୁ କିମ୍ବା ବିଦେଶୀ, କେବଳ ଭାରତୀୟ ଟଙ୍କାରେ ଫି ଦିଆଯାଏ । ଏହାର କାରଣ ହେଉଛି ଆଇପିଏଲ୍ ହେଉଛି ଏକ ଭାରତୀୟ ଲିଗ୍ ଏବଂ ଏହା ଭାରତୀୟ ଟଙ୍କାରେ ପରିଚାଳିତ ।
ଏହାବ୍ୟତୀତ ଭାରତୀୟ ଟଙ୍କା ହେଉଛି ଭାରତର ଆଇନଗତ ମୁଦ୍ରା । ସମସ୍ତ କାରବାର ଏହି ମୁଦ୍ରାରେ କରାଯାଇଥାଏ । ଭାରତୀୟ ଆୟକର ଆଇନ୍ ଅନୁଯାୟୀ, ଦେଶରେ ହେଉଥିବା ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡିବ । ଯଦି ବିଦେଶୀ ମୁଦ୍ରାରେ ଫି ଦିଆଯାଏ, ତେବେ ବିନିମୟ ମୂଲ୍ୟ ପରିବର୍ତ୍ତନ ହେତୁ ଖେଳାଳିମାନେ କ୍ଷତି ସହିପାରନ୍ତି । ତେବେ କେବଳ ଭାରତରେ ଏହି ନିୟମ ଲାଗୁ ନୁହେଁ । ବିଶ୍ବର ଅନେକ ଲିଗରେ ମଧ୍ୟ ସାମାନ ନିୟମ ରହିଛି । ଯେଉଁ ଦେଶରେ ଲିଗ୍ ଆୟୋଜିତ ହେଉଥିବ ସେଠାକାର ମୁଦ୍ରାରେ ହିଁ ଖେଳାଳିଙ୍କୁ ଦିଆଯାଏ ଦରମା ।
ଭାରତୀୟ ଟଙ୍କାରେ ଫି ଦିଆଯିବାରେ ପ୍ଲେୟରଙ୍କୁ ଅନେକ ସୁବିଧା ମିଳିଥାଏ । ଖେଳାଳିମାନେ ଭାରତରେ ରହିବା ସମୟରେ କେବଳ ଭାରତୀୟ ଟଙ୍କା ଖର୍ଚ୍ଚ କରିପାରିବେ । ଏହାବ୍ୟତୀତ ଅନେକ ସମୟରେ ଖେଳାଳିମାନେ କିଛି ବିଶେଷ ଟିକସ ସୁବିଧା ମଧ୍ୟ ପାଇଥାନ୍ତି । ଭାରତରେ କିଛି ବ୍ୟାଙ୍କ ବିଦେଶୀ ପ୍ଲେୟରଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରିଥାନ୍ତି ।
ତେବେ କିଛି ଜିନିଷ ମଧ୍ୟ ଚୁକ୍ତି ଉପରେ ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ, ଯଦି କଣ୍ଟ୍ରାକ୍ଟରେ ଲେଖା ହୋଇଛି କି ଅନେକ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ପ୍ଲେୟରଙ୍କୁ ବିଦେଶୀ ମୁଦ୍ରା ମିଳିଥାଏ ଏବଂ ଅବଶିଷ୍ଟ ଟଙ୍କା ଭାରତୀୟ ମୁଦ୍ରା ଆକାରରେ ଦିଆଯାଇପାରେ ।