ଆକ୍ସନରେ ବନବିଭାଗ, ଲକ୍ଷାଧିକ ଟଙ୍କାର କାଠ ଚୋରି ବେଳେ ମାଡିବସିଲା ବନବିଭାଗ

Published By : Prameya-News7 Bureau | September 03, 2024 IST

କଳାହାଣ୍ଡି ୦୩।୦୯ :  ଆକ୍ସନରେ ବନବିଭାଗ । କର୍ଲାପାଟ ଅଭୟାରଣ୍ୟରୁ ଲକ୍ଷାଧିକ ଟଙ୍କାର କାଠ ଚୋରି ବେଳେ ମାଡିବସିଲା ବନବିଭାଗ । କାଠ ବୋଝେଇ ଟ୍ରକ ଜବତ ହୋଇଥିବା ବେଳେ ଘଟଣାସ୍ଥଳରେ ଦୁଇ ଜଣେ ଫେରାର ମାରିଛନ୍ତି । 

ରବିବାର ବିଳମ୍ବିତ ରାତି ପ୍ରାୟରେ ଏକ ଟ୍ରକରେ ଚୋରି କାଠ ବୋଝେଇ କରି ଯାଉଥିଲା । ଏହି ସମୟରେ ସାଇସୁରୁଣୀ ACF ବିମଲ୍‌ ଟପ୍ନୋ ଏବଂ ଅନ୍ୟ କର୍ମଚାରୀ  ମିଶି କାଣୀଗୁମା ନିକଟରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ଗାଡି ଡ୍ରାଇଭର ଏବଂ ହେଲ୍‌ପର ଫେରାର ହେବାରେ ସଫଳ ହୋଇଥିଲେ । ହେଲେ ବନବିଭାଗ ଗାଡିକୁ ଜବତ କରିବା ସହ କାଠକୁ ମଧ୍ୟ ଜବତ କରିଛି । ଜବତ ଗାଡିରେ ୮୬ ଖଣ୍ଡ ଶାଳ କାଠ ରହିଥିଲା । ଯାହାକୁ ସିଜ୍‌ କରିଛି ବନବିଭାଗ ।ଜବତ କାଠର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.