ପଖାଳ ଦିବସରେ ପଖାଳର ମଜ୍ଜା ନେଲେ ବିଦେଶିନୀ, କହିଲେ ଯେତେ ଖାଇଲେ ବୁଝୁନି ମନ

Published By : Prameya-News7 Bureau | March 20, 2025 IST

କଟକ ୨୦/୦୩: ପଖାଳ ପ୍ରେମରେ ବିଦେଶିନୀ । ଆଜି ପଖାଳ ଦିବସରେ ପଖାଳର ମଜ୍ଜା ନେଇଛନ୍ତି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ରହୁଥିଵା ଡକ୍ଟର ଟାମାସିନ୍ ରାମସେ୍ । ସିଲଭର ସିଟି କଟକରେ ପଖାଳର ସ୍ୱାଦ ଚାଖିଛନ୍ତି ସେ । ଆଉ ଖାଇବା ପରେ ବଖାଣଛନ୍ତି ଆମ ଓଡ଼ିଆଙ୍କ ପ୍ରିୟର ଖାଦ୍ୟ ପଖାଳ ବିଷୟରେ । 


ସୂଚନା ଥାଉକି,  ପୂର୍ବରୁ ଓଡିଶା ଯିଵାଆସିଵା ସମୟରେ ସେ ପଖାଳ ସମ୍ପର୍କରେ ଶୁଣିଥିଲେ । ଏବେ ଗତ କିଛି ଦିନ ହେଵ ସେ ପଖାଳ ଖାଇଵା ଅଭ୍ୟାସ କଲେଣି ଓ ପଖାଳର ସ୍ବାଦକୁ ବେଶ୍ ପସନ୍ଦ କରିଛନ୍ତି ଡକ୍ଟର ଟାମାସିନ୍ ରାମସେ୍ । ଡକ୍ଟର ଟାମାସିନ୍ ରାମସେ୍ ଵ୍ରହ୍ମାକୁମାରୀ ଈଶ୍ବରୀୟ ଵିଶ୍ବବିଦ୍ୟାଳୟ ସହ ଯଡିତ ଓ ବିଭିନ୍ନ ସମୟରେ ସଙ୍ଗଠନ କାମରେ ଓଡିଶା ଆସିଵା ସମୟରେ ସେ ପଖାଳ ସମ୍ପର୍କରେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି । ଓଡିଶାର ଏହି ପାରମ୍ପରିକ ଖାଦ୍ୟ ଏବେ ଟାମାସିନଙ୍କ ପ୍ରିୟ ଖାଦ୍ୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.