ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍, ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

Published By : Prameya-News7 Bureau | March 29, 2025 IST

ବାରିପଦା : ଅଭିଯୁକ୍ତକୁ ମିଳିଛି କଠୋର ଦଣ୍ଡ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ହୋଇଛି ୨୦ବର୍ଷ ଜେଲ୍ ଦଣ୍ଡାଦେଶ । ଏହାସହ ୧୦ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନାଦେୟ ୬ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ । 

ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମୋରଡା ଥାନା ଅନ୍ତର୍ଗତ କାନ୍ଦଣା ଗ୍ରାମର କିରଣ କୁମାର । ୨୦୨୪ ମସିହାରେ ଜଣେ ନାବାଳିକାଙ୍କୁ  ଦୁଷ୍କର୍ମ କରିବା ଅଭିଯୋଗରେ କିରଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମୋରଡା ଥାନା ପୋଲିସ । ଏ ନେଇ ସରକାରୀ ଓକିଲ ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

You Can Read:

ବିମାନରେ ଚାଲାଣ ହେଉଥିଲା ସାପ, ଭୁବନେଶ୍ବର ଏୟାରପୋର୍ଟରୁ ଲଗେଜ୍‌ ଚେକିଂ ବେଳେ ଧରାପଡ଼ିଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.