ନୂଆଦିଲ୍ଲୀ: ତାମିଲନାଡୁର ୧୫ ଜଣ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦଙ୍କ ସମେତ ଅନେକ ନେତା ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ଶାସକ ବିଜେପି ଦକ୍ଷିଣର ଏହି ରାଜ୍ୟରେ ନିଜ ଉପସ୍ଥିତିକୁ ମଜଭୁତ କରିବା ପାଇଁ ଲଗାତାର ଉଦ୍ୟମ କରୁଛି ।
ବିଜେପିରେ ସାମିଲ ହୋଇଥିବା ଏହି ନେତାଙ୍କ ମଧ୍ୟରୁ ଅଧିଂକାଶ ବିଜେପିର ପୂର୍ବତନ ସହଯୋଗୀ ଅଲ୍ ଇଣ୍ଡିଆ ଅନ୍ନା ଦ୍ରାବିଡ଼ ମୁନେତ୍ର କଜାଗମ (ଏଆଇଡିଏମକେ)ରୁ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ଏଲ୍ ମୁରଗନ୍ ତଥା ବିଜେପି ଅଧ୍ୟକ୍ଷ ଅନ୍ନାମଲାଇଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେପିରେ ଯୋଗ ଦେଇଛନ୍ତି ।
wp:html/wp:html#WATCH | Former AIADMK leaders join the BJP in the presence of Union Minister Rajeev Chandrasekhar and Tamil Nadu BJP President K Annamalai, in Delhi. pic.twitter.com/luFuXalMdn
— ANI (@ANI) February 7, 2024
ଅନ୍ନାମଲାଇ ଏହି ନେତାମାନଙ୍କୁ ସ୍ୱାଗତ ଜଣାଇ କହିଛନ୍ତି ଯେ ବିଜେପି ସାମିଲ ହୋଇଥିବା ନେତାମାନେ ଖୁବ ଅନୁଭବୀ ଏବଂ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତକୁ ମଜଭୁତ କରିବାକୁ ଚାହୁଁଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ଏବଂ ମୋଦୀ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବେ ।
ରାଜ୍ୟରେ କ୍ଷମତାରେ ଥିବା ଡିଏମକେ ଏବଂ ମୁଖ୍ୟ ବିରୋଧୀ ଏଆଇଡିଏମକେକୁ ଟାର୍ଗେଟ୍ କରି କହିଛନ୍ତି ଯେ ସେମାନେ ତାମିଲନାଡ଼ୁ ଘଟୁଥିବା ଘଟଣାକୁ ଦେଖୁଛନ୍ତି । ବିଜେପିର ଏହି ଫାୟାର ବ୍ରାଣ୍ଡ ନେତା ଦାବି କରିଛନ୍ତି ଯେ ତାମିଲନାଡୁ ବିଜେପି ରାସ୍ତାରେ ଏବେ ଯାଉଛି । ସେହିପରି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖ କହିଛନ୍ତି ଯେ ଏତେ ବଡ଼ ସ୍ତରରେ ନେତାଙ୍କ ପାର୍ଟିରେ ସାମିଲ ହେବା ତାମିଲନାଡ଼ୁ ପରି ରାଜ୍ୟରେ ମୋଦୀଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ତାମିଲନାଡୁରେ ବିଜେପିର ସ୍ଥିତି ଦୁର୍ବଳ ରହି ଆସିଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଛନ୍ତି ଯେ ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ୩୭୦ ଆସନ ଜିତିବ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ।