ଟି-୨୦ ୱାର୍ଲକପ ଭିତରେ ଆସିଲା ବଡ଼ ଖବର, ଆତ୍ମହତ୍ୟା କଲେ କ୍ରିକେଟର

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ ୨୦।୦୬: କ୍ରିକେଟ ପ୍ରେମୀଙ୍କୁ ଲାଗିଲା ବଡ଼ ଝଟକା । ଆତ୍ମହତ୍ୟା କରିଛନ୍ତି ଜଣେ ଭାରତୀୟ କ୍ରିକେଟର ।  ପୂର୍ବତନ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା କୋଠାର ଚତୁର୍ଥ ମହଲାରୁ ଡେଇଁପଡିଥିଲେ ଡେଭିଡ।ମୃତ୍ୟୁ ବେଳକୁ ଡେଭିଡ ଜନସନଙ୍କୁ ହୋଇଥିଲା ପ୍ରାୟ ୫୩ ବର୍ଷ ବୟସ । 

ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ପୋଷ୍ଟ କରିଛନ୍ତି। ସେ ଡେଭିଡ ଜନସନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଭାରତ ପାଇଁ ୨ ଟି ଟେଷ୍ଟ ଖେଳିଥିଲେ। 

ଡେଭିଡ ଜନସନଙ୍କ କ୍ୟାରିୟର ଭାରତ ପାଇଁ ବେଶୀ ଦିନ ରହିନଥିଲା । ଏହି ଖେଳାଳି ୧୦ ଅକ୍ଟୋବର ୧୯୯୬ ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଯେଉଁଠାରେ ଡେଭିଡ ଜନସନ ୨୬ ଡିସେମ୍ବର ୧୯୯୬ରେ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ ।

 ଏହା ପରେ ସେ କେବେବି ଟିମ୍ ଇଣ୍ଡିଆ ପାଇଁ ଖେଳି ନଥିଲେ । କିନ୍ତୁ ଘରୋଇ କ୍ରିକେଟ୍ ଏବଂ ଅନ୍ୟାନ୍ୟ ଲିଗ୍ ଖେଳିବା ଜାରି ରଖିଥିଲେ ।  ତେବେ ଡେଭିଡ ଜନସନଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଛି । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.