ଏକ୍ସପ୍ରେସ୍-ଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା; ୪ ମୃତ, ଅନେକ ଆହତ

Published By : Prameya-News7 Bureau | April 06, 2025 IST

ବେଙ୍ଗାଲୁରୁ: ପୁଣେ-ବେଙ୍ଗାଲୁରୁ ଏକ୍ସପ୍ରେସ-ଓ୍ବେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେଲା କାର୍  । ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପୋଲିସ ଟିମ୍ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, ରବିବାର ପୁଣେ-ବେଙ୍ଗାଲୁରୁ ଏକ୍ସପ୍ରେସ-ଓ୍ବେ ଏହି ଦୁର୍ଘଟଣା ହୋଇଛି । ନୁଲବୀ କ୍ରସ୍ ନିକଟରେ ଏକ କାର୍ ନିୟନ୍ତ୍ରଣ ହରାଇ ସାଇଡ୍ଓ୍ବାଲରେ ପିଟି ହେବା ପରେ ଡିଭାଇଡରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଏତେ ଭୟଙ୍କର ଥିଲା ଯେ, କାର୍‌ଟି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ମହିଳା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ହାଭେରୀରୁ ହୁବୁଲୀ ଯାଉଥିବା ଏକ କାର୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପୋଲିସ ପ୍ରାଥମିକ ତଦନ୍ତକୁ ମୃତକଙ୍କ ପରିଚୟ ପାଇଛି । ମୃତକମାନେ ହେଲେ ସୁଜାତା ହିରେମଠ, ଗାୟତ୍ରୀ ମନ୍ଥନମଠ, ଶକୁନ୍ତଳା ହିରେମଠ  ଓ ସମ୍ପତ କୁମାରୀ । ସମସ୍ତେ କର୍ଣ୍ଣାଟକ ହୁବୁଲିର ଲିଙ୍ଗରାଜନଗରର ବାସିନ୍ଦ । କାର୍ ଚାଳକ ଭିରେଶ ହିରେମଠଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିପରି ହେଲା ଭୀଷଣ ଦୁର୍ଘଟଣା, ପୋଲିସ ତଦନ୍ତ କରୁଛି ।    



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.