ଲଛିପୁରରେ ଟ୍ରାକ୍ଟରକୁ ପିଟିଲା କାର୍‌, ଚାଲିଗଲା ୪ ଜୀବନ

Published By : Prameya-News7 Bureau | June 17, 2024 IST

ନୂଆପଡ଼ା ୧୭।୦୬ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟରକୁ ପିଟିଲା କାର୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଚାଲିଯାଇଛି ୪ ଜଣଙ୍କ ଜୀବନ । ନୂଆପଡ଼ା ଖଡିଆଳ-ଭବାନୀପାଟଣା ରାସ୍ତା ଲଛିପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ସୋମବାର ସକାଳୁ ସକାଳୁ ଆସିଛି ଏକ ଦୁଃଖଦ ଖବର । ନୂଆପଡ଼ା ଖଡିଆଳ-ଭବାନୀପାଟଣା ରାସ୍ତା ଲଛିପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାର୍‌ ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ପିଟିଛି । ଯାହାଫଳରେ କାର୍‌ରେ ଥିବା ଚାରି ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଯାଏଁ ମୃତକଙ୍କକ କୌଣସି ପରିଚୟ ମିଳିପାରିନାହିଁ । 

ସେପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛି । ଆଉ ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.