ସମ୍ ପକ୍ଷରୁ ବ୍ରହ୍ମପୁରରେ ମାଗଣା ସ୍ବାସ୍ଥ୍ୟ ଶିବିର, ଚିକିତ୍ସା ସୁବିଧା ପାଇଲେ ଶହ ଶହ ରୋଗୀ

Published By : Prameya-News7 Bureau | August 30, 2024 IST

ବ୍ରହ୍ମପୁର ୩୦/୮: ଅଭିଜ୍ଞ ଡାକ୍ତର ରୋଗୀ ଦେଖୁଛନ୍ତି । ଉପଯୁକ୍ତ ପରାମର୍ଶ ସହ ମିଳୁଛି ମାଗଣା ମେଡିସିନ । ସ୍ବାସ୍ଥ୍ୟ ଶିବିରରୁ ଯିଏ ବାହାରୁଛି ସମସ୍ତଙ୍କ ମୁହଁରେ ହସ । ବ୍ରହ୍ମପୁର ସ୍ଥିତ ଆନ୍ତରବାଟିଆରେ ସମ୍‌ ହସ୍‌ପିଟାଲର ତୃତୀୟ କ୍ୟାମ୍ପସ ଶୀତଳାପଲ୍ଲୀ ଓ ଆଇଏମ୍‌ଏସ୍‌ ପକ୍ଷରୁ ଆୟୋଜିତ ମାଗଣା ସ୍ବାସ୍ଥ୍ୟ ଶିବିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗଦେଇ ନିଜେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଅଭିଜ୍ଞ ଡାକ୍ତରଙ୍କ ଚିକିତ୍ସା ଓ ପରାମର୍ଶ ବେଶ ଉତ୍କୃଷ୍ଟ ବୋଲି କହିଛନ୍ତି ସେ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ରୋଗୀ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ.ଏସ.ଏସ ଶାଖାର ସହଯୋଗରେ ମାଗଣା ଚିକିତ୍ସା ଶିବିର କରାଯାଇଛି । ସାଧାରଣ ଲୋକେ କିଭଳି ସୁବିଧାରେ ଗୁଣାତ୍ମକ ଚିକିତ୍ସା ପାଇ ପାରିବେ ସବୁବେଳେ ଆମର ଲକ୍ଷ୍ୟ ରଖିଥାଏ ବୋଲି କହିଛନ୍ତି ସମ୍‌ ହସ୍‌ପିଟାଲର କର୍ତ୍ତୃପକ୍ଷ । ଏଭଳି ମାଗଣା ଚିକିତ୍ସା ଶିବିର ଗ୍ରାମବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଥିବା ବେଳେ ସମସ୍ତେ ସମ୍‌ ହସ୍‌ପିଟାଲର ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି।


 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.