କଟକରେ ଉଡିଲା ‘ଫ୍ରି ପାଲେଷ୍ଟାଇନ୍‌ର ପ୍ଲାକାର୍ଡ ଏବଂ ପତାକା, ପୋଲିସ କହିଲା ଆକ୍ସନ ହେବ

Published By : Prameya-News7 Bureau | September 16, 2024 IST

କଟକ ୧୬।୦୯ : କଟକରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍‌ ଏ ମିଲାଦୁନ ନବୀ ପାଳନ ଚାଲିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଯେଉଁଥିରେ ‘ଫ୍ରି ପାଲେଷ୍ଟାଇନ୍‌ର ପ୍ଲାକାର୍ଡ ଏବଂ ପତାକା ଉଡୁଥିବାର ଦେଖିବାକୁ ମିଳିଛି ।

ମହମ୍ମଦଙ୍କ ଜୟନ୍ତୀ ଅବସରରେ କଟକର ବିଭିନ୍ନ କମିଟି ତରଫରୁ ଵଡ ଵଡ ଶୋଭାଯାତ୍ରା ଵାହାର କରି ସହର ପରିକ୍ରମା କରିବାର ପରମ୍ପରା ରହିଛି। ସୋମବାର ସହରର ବିଭିନ୍ନ ମୋହଲ୍ଲା କମିଟି ତରଫରୁ ଏହିଭଳି ଶୋଭାଯାତ୍ରା ଵାହାର କରାଯାଇ ସହର ପରିକ୍ରମା ସମୟରେ ଭାରତର ଜାତୀୟ ପତାକା ସହ ଦେଖିବାକୁ ମିଳିଥିଲା ପାଲେଷ୍ଟାଇନର ବିଶାଳ ଜାତୀୟ ପତାକା। ଏହାସହ ଶୋଭାଯାତ୍ରାରେ ଯାଉଥିଵା ଶ୍ରଦ୍ଧାଳୁଙ୍କ ହାତରେ 'ଫ୍ରି ପାଲେଷ୍ଟାଇନ ' ଓ 'ପ୍ରେ ଫର୍ ପାଲେଷ୍ଟାଇନ ' ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଆଦି ଦେଖିବାକୁ ମିଳିଥିଲା।

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ -ପାଲେଷ୍ଟାଇନ ଵିଵାଦ ଚରମ ସୀମାରେ ଥିବା ବେଳେ ବୈଦେଶିକ ନୀତି ଦୃଷ୍ଟିରୁ ଭାରତ କୌଣସି ପକ୍ଷଭୁକ୍ତ ନହୋଇ ଏହି ଵିଵାଦଠାରୁ ଦୁରେଇ ରହିଛି। ଏଭଳି ସମ୍ବେଦନଶୀଳ ସ୍ଥିତିରେ ଇଦ୍ ଏ ମିଲାଦୁନ ନଵି ଶୋଭାଯାତ୍ରାରେ ପାଲେଷ୍ଟାଇନ ସପକ୍ଷରେ କଟକରେ ଏଭଳି ପ୍ରଦର୍ଶନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା। ପୋଲିସ ଘଟଣାରେ ହସ୍ତକ୍ଷେପ କରି ଉଭୟ ପାଲେଷ୍ଟାଇନ ପତାକା ଓ ପାଲେଷ୍ଟାଇନ ସମର୍ଥନରେ ଥିବା ପ୍ଲାକାର୍ଡ ଗୁଡିକୁ ଜଵତ କରିଵ ଵୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.