ଆଗକୁ ମୋଦୀଙ୍କ ଫ୍ରାନ୍ସ ଗସ୍ତ: ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଡିଲ୍, ତଦନ୍ତରେ ସହଯୋଗ କରିବାକୁ ଫ୍ରାନ୍ସ କୋର୍ଟଙ୍କ ସମନ

Published By : Prameya-News7 Bureau | July 12, 2023 IST

ନୂଆଦିଲ୍ଲୀ: ଭାରତ ଫ୍ରାନ୍ସ ଠାରୁ ନୂଆ ରାଫେଲ ବିମାନ କିଣିବାକୁ ଯାଉଥିବା ବେଳେ ଅଡ଼ୁଆ ବଢ଼ାଇଛି ପୁରୁଣା ଡିଲ୍। ୨୦୧୬ରେ ହୋଇଥିବା ପୁରୁଣା ରାଫେଲ୍‌ ଡିଲ୍‌ରେ ଦୁର୍ନୀତି ଅଭିଯୋଗ ହୋଇଛି। ଏଥିପାଇଁ ଭାରତକୁ ନୋଟିସ୍ କରିଛନ୍ତି ଫାନ୍ସର ଏକ ମାଜିଷ୍ଟ୍ରେଟ୍ କୋର୍ଟ। ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଛନ୍ତି।

ଏପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସନ୍ତା ଫ୍ରାନ୍ସ ଗସ୍ତରେ ୨୬ ନୂଆ ରାଫେଲ ଏମ୍‌ ନାଭାଲ ଜେଟ୍ କିଣିବା ନେଇ ଚୁକ୍ତି ହୋଇପାରେ ବୋଲି ସୂଚନା ମିଳିଛି। ଜୁଲାଇ ୧୪-୧୬ ମଧ୍ୟରେ ମୋଦୀ ଫ୍ରାନ୍ସ ଗସ୍ତରେ ଯାଇ ପାରନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ନୂଆ ଚୁକ୍ତି ହୋଇପାରେ ବୋଲି ଖବର ପ୍ରକାଶ ପାଉଛି।

{"width":841,"height":631}
France to pitch for naval version of Rafale - The Economic Times

ପଢ଼ନ୍ତୁ-ଫ୍ରାନ୍ସ ଠାରୁ ୨୬ଟି ରାଫେଲ୍ ଏମ୍‌ ଜେଟ୍‌ ଓ ୩ ଟି ବୁଡ଼ାଜାହାଜ କିଣିବ ଭାରତ, ପ୍ରଧାନମନ୍ତ୍ରୀଙ୍କ ପ୍ୟାରିସ୍ ଗସ୍ତରେ ଚୁକ୍ତି ନେଇ ହୋଇପାରେ ଘୋଷଣା

ତେବେ ୨୦୧୬ରେ ରାଫେଲ ଚୁକ୍ତିର ତଦନ୍ତ କରୁଛନ୍ତି ପ୍ୟାରିସ ମାଜିଷ୍ଟ୍ରେଟ୍‌ କୋର୍ଟ। ମାମଲାରେ ତଦନ୍ତ କରିବାକୁ ଭାରତକୁ ସେ ଏକ ଅନୁରୋଧ ପତ୍ର ପଠାଇଛନ୍ତି। ୨୦୧୬ ସେପ୍ଟେମ୍ବର ମାସରେ ଭାରତର ଏନ୍‌ଡିଏ ସରକାର ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଏଭିଏସନ ଠାରୁ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲେ। ହେଲେ ଏଥିରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଭାରତ ସରକାର ନିର୍ଦ୍ଦିଷ୍ଟ କମ୍ପାନୀ ପ୍ରତି ଅଗ୍ରହ ଦେଖାଇ ଡିଲ୍ ଦେଇଛନ୍ତି ବୋଲି ଦଳ ଅଭିଯୋଗ କରିଥିଲେ।

ଡିଲ୍ ପାଇଁ ଡାସଲ୍ଟ ଭାରତ ସ୍ଥିତ ବ୍ୟାପାର ମଧ୍ୟସ୍ଥତା ସଂସ୍ଥାକୁ କିଛି ମିଲିୟନ ୟୁରୋ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଫ୍ରାନ୍ସ ଗଣମାଧ୍ୟମ ମିଡିଆପାର୍ଟ ପୂର୍ବରୁ ଖବର ପ୍ରକାଶ କରିଥିଲା। ରିପୋର୍ଟ ଅନୁସାରେ ରାଫେଲ ଫାଇଟର ଏୟାର୍‌କ୍ରାଫ୍ଟ ନିର୍ମାଣ କରୁଥିବା ଡାସଲ୍ଟ ଏଭିଏସନ୍ କମ୍ପାନୀ ଭାରତୀୟ ବ୍ୟାପାର ମଧ୍ୟସ୍ଥି କମ୍ପାନୀକୁ ୭.୫ ମିଲିୟନ ୟୁରୋ ଦେଇଥିଲା। ଡିଲ୍ ପାଇବା ପାଇଁ ୨୦୦୭ରୁ ୨୦୧୨ ମଧ୍ୟରେ ଏହି ରାଶି ଦିଆଯାଇଛି ବୋଲି ମିଡିଆପାର୍ଟ ଦାବି କରିଥିଲା।

India to test sea version of Rafale jet today, better than America's F18  Hornet in many ways

ଏଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଭାରତୀୟ ତଦନ୍ତକାରୀ ଏଜେନ୍ସି ଏହି ଦୁର୍ନୀତି ସମ୍ପର୍କରେ ୨୦୧୮ରେ ସମସ୍ତ ପ୍ରମାଣ ପାଇଥିଲା। ହେଲେ କୌଣସି ପଦକ୍ଷେପ ନେଇ ନାହିଁ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଥିଲେ ଡାସଲ୍ଟ କମ୍ପାନୀ ଓ ଭାରତ ସରକାର। ରାଫେଲ ଚୁକ୍ତିରେ କୌଣସି ଦୁର୍ନୀତି ହୋଇନି ବୋଲି ଉଭୟ କମ୍ପାନୀ ଓ ସରକାର କହିଥିଲେ।

ଏନେଇ ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ତଦନ୍ତର ପରିଚାଳନା ହେଉ ବୋଲି ଏକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ମାମଲାକୁ ଆଗକୁ ନେବା ପାଇଁ କୋର୍ଟ କୌଣସି ପ୍ରମାଣ ପାଉ ନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ।  

ସୂଚନା ଥାଉକି ଶେଷ ୩୬ ରାଫେଲ ବିମାନ ୨୦୨୨ ଡିସେମ୍ବର ମାସର ଭାରତ ଅଣାଯାଇଥିଲା। ଏବେ ପୁଣି ଏକ ନୂଆ ଡିଲ୍ ଅନୁସାରେ ୨୬ଟି ନାଭାଲ୍ ଏୟାର୍‌କ୍ରାଫ୍ଟ ଆଣିବାକୁ ଚୁକ୍ତି ହେବ। ପାଖାପାଖି ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୬ ଏୟାରକ୍ରାଫ୍ଟ ମଧ୍ୟରୁ ୨୨ଟି ସିଙ୍ଗଲ ସିଟର  ଏବଂ ୪ଟି ଡବଲ ସିଟର ଟ୍ରେନ୍ର ଭର୍ସନ ଏୟାରକ୍ରାଫ୍ଟ ରହିଛି।

Dassault Aviation seeks more Rafale exports, defends business jets | Reuters

ଭାରତୀୟ ନୌସେନା ପାଇଁ ବିମାନଗୁଡ଼ିକ ଡିଜାଇନ୍ କରାଯାଇଛି। ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟରରେ  ଆଇଏନ୍‌ଏସ୍‌ ବିକ୍ରାନ୍ତ ଓ ଆଇଏନ୍‌ଏସ୍ ବିକ୍ରମାଦିତ୍ୟରେ ଏଗୁଡ଼ିକୁ ମୁତୟନ କରାଯିବ। ବର୍ତ୍ତମାନ ଏହି ଦୁଇଟି ଯୁଦ୍ଧ ଜାହାଜରେ ମିଗ୍-୨୯ ବିମାନ ଖଞ୍ଜାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.