ରେସ୍ତୋରାଣ୍ଟରେ ଥିଲେ ୱେଟର; ଆଜି ଲୋକପ୍ରିୟ ସୋସିଆଲ୍ ମିଡିଆ ଆପର ମୁଖ୍ୟ

Published By : Prameya-News7 Bureau | September 10, 2023 IST

ନୂଆଦିଲ୍ଲୀ 10/09 : 2010 ଅକ୍ଟୋବର 6ରେ ଏମିତି ଏକ ଆପ୍  ଲଞ୍ଚ୍ ହୋଇଥିଲା, ଯାହାକୁ ବିଶ୍ୱର କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି ଓ ଖୁବ୍ ପ୍ରଶଂସା କରୁଛନ୍ତି। ଏହି ଆପ୍ ଫଟୋ ଓ ଭିଡିଓ ସେୟାରିଂର ଏବେ ଏକ ମାଧ୍ୟମ ସାଜିଛି। ଆଜି ଆମେ ଯେଉଁ ଆପ୍ ବିଷୟରେ କହୁଛୁ ସେ ଆଉ କେଉ ନୁହେଁ ବରଂ ସବୁ ଯୁବପିଢ଼ିଙ୍କ ପ୍ରିୟର ଆପ୍ ଇନଷ୍ଟାଗ୍ରାମ୍। ତେବେ ଜାଣିଛନ୍ତି ଏହି ଆପର ମୁଖ୍ୟ ଏଡମ୍ ମୋସେରୀ ପ୍ରଥମେ କେଉଁ କାମ କରୁଥିଲେ। ଯାହାର ହେଉଛି ଏବେ ଖୁବ୍ ଚର୍ଚ୍ଚା।

{"id":842809,"width":837,"height":523,"sizeSlug":"full","linkDestination":"none"}

ଇନଷ୍ଟାଗ୍ରାମ୍ ମୁଖ୍ୟ ଆଡାମ ମୋସେରୀ ନିକଟରେ ନିଜ ଅସାଧାରଣ କ୍ୟାରିୟର ଯାତ୍ରା ନିଜ ଆକାଉଣ୍ଟରେ ସେଆର୍ କରିଛନ୍ତି। ଏଥିରେ ସେ ପୂର୍ବରୁ ଯେଉଁଠାରେ କାମ କରିଛନ୍ତି ସେ ବିଷୟରେ ସୂଚନା ଦେଇଛନ୍ତି। ଆଡମଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରୁ ଜଣାପଡୁଛି ଯେ ସେ ପ୍ରଥମେ ୱେଟର୍‌ ଭାବେ କ୍ୟାରିୟର୍ ଆରମ୍ଭ କରି ତା’ପରେ ବାର୍‌ ଆଟେଣ୍ଡର୍‌, ଡିଜାଇନର୍‌ ଆଣ୍ଡ୍‌ ମ୍ୟାନେଜର୍‌, ପ୍ରଡକ୍ଟ ମ୍ୟାନେଜର ଓ ଶେଷରେ ଇନ୍‌ଷ୍ଟା ସିଇଓ ହୋଇଛନ୍ତି।

{"id":842807,"width":843,"height":479,"sizeSlug":"full","linkDestination":"none"}

ଆଡମ୍ ମୋସେରୀ କରିଥିବା ଏହି ଇନ୍‌ଷ୍ଟା ପୋଷ୍ଟ୍‌ଟି କିଛି ଘଣ୍ଟା ମଧ୍ୟରେ ୨୪୦୦ ଲାଇକ୍‌ ମିଳିବା ସହ ଅନେକ କମେଣ୍ଟ୍‌ ମଧ୍ୟ ମିଳିଛି। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ତାଙ୍କର ନିଷ୍ଠା ଏବଂ ଉତ୍ସର୍ଗୀକୃତ ଗୁଣକୁ ବେଶ୍‌ ପସନ୍ଦ କରିଛନ୍ତି। ଅନେକ କମେଣ୍ଟ ବି କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି  କ୍ୟା ବାୟୋଡାଟା। ଆଉଜଣେ ଲେଖିଛନ୍ତି ବହୁତ ବଢ଼ିଆ। ତୃତୀୟ ୟୁଜର ଲେଖିଛନ୍ତି ଜରୁରୀ ନୁହେଁ ଯେ, ଆପଣ କେଉଁଠି କାରିୟର ଆରମ୍ଭ କରୁଛନ୍ତି, ଜରୁରୀ ଏହା ଯେ, ଆପଣ କେଉଁଠି ପହଞ୍ଚୁଛି।

{"id":842808,"width":836,"height":558,"sizeSlug":"full","linkDestination":"none"}

୨୦୧୮ ମସିହା ଅକ୍ଟୋବର ମାସରୁ ଇନଷ୍ଟାଗ୍ରାମର ମୁଖ୍ୟ ଭାବରେ କାର୍ଯ୍ୟ କରି ଆସୁଛନ୍ତି ମୋସେରୀ। ଆଦମ୍ ତାଙ୍କ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ସେ ୱେଟର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

wp:html /wp:html

ତାଙ୍କର ଲିଙ୍କଡିନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଇନଫରମେସନ୍ ଡିଜାଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୨୦୦୮ ମସିହାରେ ସେ ଫେସବୁକରେ ପ୍ରଡକ୍ଟ ଡିଜାଇନର୍ ଭାବରେ ନିଯୁକ୍ତି ପାଇଥିଲେ। ତା’ପରେ ଧୀରେ ଧୀରେ ଆଗକୁ ବଢ଼ିବା ସହ ଆଜି ସେ ଇନଷ୍ଟାଗ୍ରାମର ମୁଖ୍ୟ ପାଲଟି ପାରିଛନ୍ତି। ତାଙ୍କ ପୂର୍ବ ପୋଷ୍ଟ୍‌ରୁ ଜଣାପଡ଼ିଛି ଯେ ସେ ଲଣ୍ଡନରେ ଏକ ବର୍ଷ ବିତାଇବା ପରେ ଆମେରିକାକୁ ଫେରିଛନ୍ତି। ତେବେ ଇନଷ୍ଟାଗ୍ରାମର ନେତୃତ୍ବ ସେ ବ୍ରିଟେନର ରାଜଧାନୀରୁ ନେଇଥିଲେ।

Also Read- ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାଦଶ ଫେଲ୍ ପୁଅ ; ପିଲାଦିନ ବିତିଥିଲା ଚାଳ ଘରେ, କଠିନ ପରିଶ୍ରମ କରି କୋଟି କୋଟି ଟଙ୍କାର ମାଲିକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.