ନୂଆଦିଲ୍ଲୀ, ୨୮/୦୭: ଆପତ୍ତିଜନକ ବୟାନବାଜି ମାମଲାରେ ଗ୍ୟାଙ୍ଗଷ୍ଟର ମୁଖ୍ତାର ଅନସାରୀଙ୍କ ପୁଅ ଅମର ଅନସାରୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଉମରଙ୍କ ଜାମିନ ବିହୀନ ଗିରଫଦାରି ରଦ୍ଦ ଅପିଲ୍ର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏହା ସହ ସୁପ୍ରିମକୋର୍ଟ ଉମରଙ୍କୁ ନିମ୍ନ ଅଦାଲତକୁ ଯିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ‘‘ଯଦି ମାମଲାରେ ହାଇକୋର୍ଟ ଦଖଲ ଦେଇନାହାଁନ୍ତି ତେବେ ଆମେ ମଧ୍ୟ କିଛି କରିପାରିବୁନାହିଁ।’’ ଏହା ପୂର୍ବରୁ ଆଲାହାବାଦ ହାଇକୋର୍ଟ ଜାନୁଆରୀରେ ଉମରଙ୍କ ଯାଚିକା ଖାରଜ କରିଥିଲେ। ଆଉ ଏବେ ସୁପ୍ରିମକୋର୍ଟରୁ ଯାଚିକା ଖାରଜ କରାଯିବା ପରେ ତାଙ୍କର ଗିରଫଦାରି ହୋଇପାରେ।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଉମର ଅନସାରୀ କଥିତ ଭାବରେ ଆପତ୍ତିଜନକ ବୟାନବାଜି କରିଥିଲେ। ବିନା ଅନୁମତିରେ ବିଜୟ ପଦଯାତ୍ରା ଏବଂ ରାଲି କରିଥିଲେ। ମାମଲାରେ ତାଙ୍କ ବିରୋଧରେ ଜାମିନ୍ ବିହୀନ ଓ୍ବାରେଣ୍ଟ ଜାରି ହୋଇଥିଲା। କିନ୍ତୁ ଉମର କହିଥିଲେ ସେ ଏଭଳି କୌଣସି ବୟାନ ଦେଇନାହାଁନ୍ତି। ସେ କେବଳ ମଞ୍ଚରେ ଉପରେ ବସିଥିଲେ। ଉମରଙ୍କ ଓକିଲ କହିଥିଲେ ଯେ, ‘‘ମଞ୍ଚରେ ବୟାନ ଦିଆଯାଇଥିଲା କି’ ଯଦି ଆମେ ନିର୍ବାଚନ ଜିତିବିୁ ତେବେ ପ୍ରଥମ ୬ ମାସ ପର୍ଯ୍ୟନ୍ତ କାହାର ବି ଟ୍ରାନ୍ସଫର ହେବ ପ୍ରଥମେ ହିସାବ ହେବ।’’ ଉମରଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯ, ବୟାନବାଜି ମାମଲାରେ ଉମରଙ୍କ କୌଣସି ଭୂମିକା ନାହିଁ।
ଆହୁରି ପଢ଼ନ୍ତୁ: ମୁଖ୍ତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ; ୩୨ ବର୍ଷ ପୁରୁଣା ହତ୍ୟା ମାମଲାରେ ବାରଣାସୀ କୋର୍ଟ ଶୁଣାଇଲେ ଦଣ୍ଡାଦେଶ
ଉମର ଅନସାରୀଙ୍କ ଉପରେ ଛଅ ମାମଲା ରହିଛି। ଆଚର ସଂହିତା ଉଲ୍ଲଘଂନ ମାମଲାରେ ଚାରି ମାମଲା,ହେଟ ସ୍ପଚ୍ ଏବଂ ଏବଂ ଶତ୍ରୁ ସମ୍ପତ୍ତି ହଡ଼ପ ମାମଲା ଚାଲିଛି। ଚାରି ମାମଲା ମଉ ପୋଲିସ, ଗୋଟିଏ ଲକ୍ଷ୍ନୌ ଏବଂ ଅନ୍ୟ ଏକ ଗାଜୀପୁର ପୋଲିସ୍ ଥାନାରେ ରୁଜୁ ହୋଇଛି। ସବୁ ମାମଲାରେ ଚାର୍ଜସିଟ୍ ମଧ୍ୟ ଦାୟର କରାଯାଇଛି।
ଗାଜୀପୁର ଏମପି-ଏଏଲଏ କୋର୍ଟ ମୁଖତାରଙ୍କୁ ୨୦୦୫ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟ ମର୍ଡର କେସରେ ଦୋଷୀ ସାବ୍ୟସ୍ତ ହୋଇଥିଲା। କୋର୍ଟ ତାଙ୍କୁ ଦଶ ବର୍ଷର ଜେଲ୍ ଦଣ୍ଡ ଶୁଣାଣିଥିଲେ, ଏବଂ ପାଞ୍ଚ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ବିଏସଏପି ସାଂସଦ ଅଫଜଲ ଅନସାରୀଙ୍କୁ ମଧ୍ୟ ଏହି ମାମଲାରେ ଚାରି ବର୍ଷର ସଜା ଶୁଣାଣିଥିଲେ । ମୁଖତାର ଅନସାରଙ୍କ ପତ୍ନୀ ଅଫ୍ଶା ଅନସାରୀଙ୍କ ଉପରେ ମଧ୍ୟ ଅନେକ ମାମଲା ଚାଲିଛି। ପୁଅ ଅବ୍ବାସ ଅନସାରୀଙ୍କ ଉପରେ ମଧ୍ୟ କେସ୍ ଚାଲିଛି।
ଆହୁରି ପଢ଼ନ୍ତୁ: କୋର୍ଟ ଭିତରେ ମୁଖତାର ଅନସାରୀର ଘନିଷ୍ଠକୁ ଗୁଳି କରି ହତ୍ୟା, ଓକିଲ ବେଶରେ ଆସିଥିଲେ ଦୁର୍ବୁତ୍ତ