ବେଙ୍ଗାଲୁରୁ: ମହାକାଶରେ ଇତିହାସ ରଚିଲା ଭାରତୀୟ ମହାକାଶ ଗେବଷଣା ସଂସ୍ଥା । ଇସ୍ରୋର ସ୍ପେଡେକ୍ସ ମିଶନ ସଫଳ ହୋଇଛି । ପୃଥିବୀର ହାଇ-ଅର୍ବିଟରେ ଦୁଇ ସ୍ପେଶ୍ କ୍ରାଫ୍ଟ ଚେଜର ଏବଂ ଟାର୍ଗେଟ୍ ମଧ୍ୟରେ ସଫଳତାର ସହିତ ଡକିଂ ପ୍ରକ୍ରିୟା ଶେଷ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ ଏକ୍ସ ପୋଷ୍ଟ କରି ସୂଚନା ଦିଆଯାଇଛି । ଆଗକୁ ମହାକାଶରେ ସ୍ପେଶ୍ ଷ୍ଟେସନ ପ୍ରତିଷ୍ଠାରେ ଏହି ମିଶନ ସହାୟକ ହେବ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
SpaDeX Docking Update:
— ISRO (@isro) January 16, 2025
🌟Docking Success
Spacecraft docking successfully completed! A historic moment.
Let’s walk through the SpaDeX docking process:
Manoeuvre from 15m to 3m hold point completed. Docking initiated with precision, leading to successful spacecraft capture.…
ଇସ୍ରୋ ଏହି ଐତିହାସିକ ଉପଲବ୍ଧିକୁ ନେଇ ପୂରା ଟିମ୍କୁ ଶୁଭେଚ୍ଛା ଜଣାଇଛି । ଏଜେନ୍ସି ଏକ୍ସରେ ପୋଷ୍ଟ କରିଛି, ସ୍ପେଡେକ୍ସ ମିଶନର ଡକିଂ ପ୍ରକ୍ରିୟା ସଫଳତା ପୂର୍ବକ ଶେଷ ହୋଇଛି । ଏହା ଏକ ଐତିହାସିର କ୍ଷଣ ଥିଲା । ପ୍ରଥମେ ୧୫ ମିଟରରୁ ୩ ମିଟର ହୋଲ୍ଡ ପଏଣ୍ଟ ପର୍ଯ୍ୟନ୍ତ ଦୁଇ ସାଟେଲାଇଟ ଆଣାଯାଇଥିଲା । ପରେ ଚେଜର ଏବଂ ଟାର୍ଗେଟକୁ କ୍ୟାପଚର କରାଯାଇଥିଲା । ଏହି ମିଶନ ସହିତ ଭାରତ ମହାକାଶରେ ଡକିଂ ହାସଲ କରିଥିବା ଚତୁର୍ଥ ରାଷ୍ଟ୍ର ହୋଇଛି ।
ଏହା ପୂର୍ବରୁ ଜାନୁଆରୀ ୧୨ ତାରିଖରେ ଦୁଇ ଉପଗ୍ରହଙ୍କ ମଧ୍ୟରେ ୨୩୦ ମିଟର ଦୂରତା ରହିଥିଲା । ଇସ୍ରୋ ବୈଜ୍ଞାନିକମାନେ ଏହାକୁ ପ୍ରଥମ ୧୫ ମିଟର ଦୂରତାକୁ ଆଣିଥିଲେ ପରେ ଅତି ନିକଟତର କରାଯାଇଥିଲା । ସାଟେଲାଇଟ୍ ଚେଜର ଏବଂ ସାଟେଲାଇଟ୍ ଟାର୍ଗେଟ୍ ମଧ୍ୟରେ ଦୂରତା ଥିଲା ୩ ମିଟର । ସ୍ପେଡେକ୍ସ ମିଶନରେ ଡକିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାର ପରୀକ୍ଷଣ ପାଇଁ ସରୁକ୍ଷିତ ଦୂରତାକୁ ଫେରାଇ ନିଆଯାଇଥିଲା । ମହାକାଶରେ ଡକିଂ ପ୍ରକ୍ରିୟା ଦୁଇଥର ବନ୍ଦ ହେବା ପରେ ତୃତୀୟ ଥରରେ ଏହାକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରାଯାଇଛି ।...