ଦୁବାଇରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକ୍ରମ, ସଲମାନଙ୍କୁ ଧମକ ଦେଇଥିଲା, ମୁସେଓ୍ୱାଲା ହତ୍ୟାରେ ବି ଥିଲା ହାତ

Published By : Prameya-News7 Bureau | July 27, 2023 IST

ନୂଆଦିଲ୍ଲୀ ୨୭/୦୭: UAEରେ ଗିରଫ ହେଲା ସଲମାନଙ୍କୁ ଧମକ ଦେଇଥିବା ଗ୍ୟାଙ୍ଗଷ୍ଟର ବିକ୍ରମ ବରାଡ଼ । ମୁସେଓ୍ୱାଲା ମର୍ଡ଼ର କେସରେ ବି ଥିଲା ସାମିଲ । ଦୁବାଇରେ ବସି ଭାରତରେ ଆତଙ୍କରାଜ ଚଳାଇଥିଲା ଲରେନ୍ସ ଗ୍ୟାଙ୍ଗ୍ । ବଲିଉଡ୍ ଭାଇଜାନ୍ ସଲମାନ ଖାନ୍‌ଙ୍କୁ ମାରିବାକୁ ଧମକ ଦେଇଥିବା ବିକ୍ରମ ବରାଡକୁ UAEରୁ ଗିରଫ କରିଛି NIA ।

ପଞ୍ଜାବୀ ସିଙ୍ଗରସିଦ୍ଧୁ ମୁସେଓ୍ବାଲା ମର୍ଡ଼ର କେସରେ ମଧ୍ୟ ସମ୍ପୃକ୍ତ ଥିଲା ବରାଡ଼ । ହତ୍ୟାକାଣ୍ଡ ପରଠାରୁ ଫେରାର୍ ହୋଇଯାଇଥିଲା ଏହି ଗ୍ୟାଙ୍ଗଷ୍ଟର । ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ବାସିନ୍ଦା ହେଉଛି ବିକ୍ରମ ବରାଡ଼ । ତା’ ବିରୋଧରେ ହତ୍ୟା ଏବଂ ଦାଦା ବଟି ଆଦାୟ ଭଳି ୧୧ଟି ସଂଗୀନ ମାମଲା ରହିଛି ।

ଦୁବାଇରେ ବସି ଭାରତରେ ଲରେନ୍ସ ଗ୍ୟାଙ୍ଗକୁ ଅପରେଟ୍ କରୁଥିଲା ବରାଡ଼ । ଫିଲ୍ମ ଷ୍ଟାର ସଲମାନ ଖାନଙ୍କୁ ଜୀବନରେ ମାରିଦେବାକୁ ଦିଆଯାଇଥିବା ଧମକ ପଛରେ ବରାଡର ହାତ ଥିବା ଜାଣିବାକୁ ପାଇଥିଲା ତଦନ୍ତକାରୀ ସଂସ୍ଥା । ବରାଡଙ୍କୁ ଗିରଫ କରି ଭାରତ ଆଣୁଛି NIA । ବିକ୍ରମ ବରାଡ ବିରୋଧରେ ଆତଙ୍କୀ ମାମଲା UAPA ଧାରାରେ ମାମଲା ରୁଜୁ କରାଯାଇଛି ।

you can also read...

wp:embed {"url":"https://www.prameyanews7.com/a-terrible-fire-broke-out-on-a-cargo-ship-3000-cars-were-destroyed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/a-terrible-fire-broke-out-on-a-cargo-ship-3000-cars-were-destroyed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.