ହିଟ୍‌ମ୍ୟାନଙ୍କୁ କୋଚଙ୍କ ପ୍ରଂଶସା : କହିଲେ ରୋହିତ ଜଣେ ଭଲ ମଣିଷ, ତାଙ୍କ ପରି କ୍ୟାପଟେନ୍...

Published By : Prameya-News7 Bureau | February 28, 2025 IST

ମୁମ୍ବାଇ ୨୮।୦୨ : ହିଟ୍‌ମ୍ୟାନ୍‌ଙ୍କୁ କୋଚ୍‌ଙ୍କ ପ୍ରଂଶସା । ଗୌତମ ଗମ୍ଭୀରଙ୍କ ମତରେ ରୋହିତ ଶର୍ମା ଜଣେ କ୍ଲାସ ପ୍ଲେୟାର ଭାବେ ସମସ୍ତେ ଜାଣିଛନ୍ତି । ଏହାସହିତ ସେ ବି ଜଣେ ଭଲ ମଣିଷ। ଆଜିକା ସମୟରେ ଏପରି ଲୋକ ମିଳିବା ଖୁବ୍‌ କଷ୍ଟ । ତେଣୁ ମୋ ପାଇଁ ସେ ଜଣେ ଭଲ ମଣିଷ ପ୍ରଥମେ, ତାପରେ ସେ ଜଣେ ଭଲ ଖେଳାଳି।

ପାକିସ୍ତାନ ଏବଂ ଦୁବାଇରେ ଚାଲିଛି ଚମ୍ପିଆନ୍ସ ଟ୍ରଫି । ରାଙ୍କିର ଶ୍ରେଷ୍ଠ ୮ଟି ଦଳଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଏବଂ ବାଂଲାଦେଶ ପରି ଟିମ୍‌ ଟ୍ରଫି ରେସ୍‌ରୁ ଆଉଟ୍‌ ହୋଇସାରିଲେଣି । ବାକି ୬ଟି ଟିମ୍‌ଙ୍କ ମଧ୍ୟରେ ଚାଲିଛି କସରତ । କିଏ ଯିବ ସେମି ଏବଂ କିଏ ହାତେଇ ଟ୍ରଫି । ସେନେଇ ଚାଲିଛି ରଣନୀତି । ତେବେ ଏସବୁ ଭିତରେ ଏକ ସାକ୍ଷାତକାର ଦେବା ଅବସରରେ ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ଗୌତମ ଗମ୍ଭୀରଙ୍କ ରୋହିତ ଶର୍ମାଙ୍କ ବିଷୟରେ ପ୍ରଶ୍ନ କରିଥିଲେ ସାମ୍ବାଦିକ । ଯାହାର ଉତ୍ତର ଦେଇ କୋଚ୍‌ କହିଥିଲେ ଯେ, ରୋହିତ ଶର୍ମା ଜଣେ ମଣିଷ । ଅନ୍ୟର ମନ କଥା ବୁଝୁଥିବା ମଣିଷ । ସାଥୀ ଖେଳାଳିଙ୍କୁ କିପରି ପ୍ରୋତ୍ସାହିତ କରାଯିବ ଏବଂ ତାଙ୍କ ମନୋବଳ କିପରି ବୃଦ୍ଧି କରାଯିବ । ତାହା ରୋହିତ ଶର୍ମାଙ୍କୁ ବେଶ୍‌ ଭଲ ଭାବେ ଜଣା । ତେଣୁ ମୋ ପାଇଁ ରୋହିତ ଶର୍ମା ସବୁବେଳେ ସ୍ପେଶାଲ ରହିବେ । 

ସେହିପରି ଯଦି ଆମେ ତାଙ୍କ ଅଧିନାୟକ କଥା କହିବା, ତେବେ ରୋହିତ ଯାହା ବି କରିଛନ୍ତି । ତାହା ଅନ୍ୟ କୌଣସି ଅଧିନାୟକ ପାଇଁ ବହୁତ କଷ୍ଟକର । ଜଣେ ଅଧିନାୟକ ଭାବେ ଗତ ଦିନିକିଆ ବିଶ୍ୱକପ୍‌ରେ ଯେପରି ୧୦ଟି ମ୍ୟାଚ୍‌ ଜିତି ଫାଇନାଲରେ ଏଣ୍ଟ୍ରି କରିଥିଲା । ତାହା ଅନ୍ୟ ପାଇଁ ଉଦାହରଣ ।  ଏହାବ୍ୟତୀତ ୨୦୨୪ ଟି-୨୦ ବିଶ୍ୱକପ୍‌ରେ ରୋହିତଙ୍କ ନେତୃତ୍ୱରେ ଟିମ୍‌ ଅନ୍‌ବିଟେନ୍‌ ରହି ଚମ୍ପିଆନ୍‌ ହୋଇଥିଲା । ଫାଇନାଲ ମ୍ୟାଚ୍‌ରେ ଯେଉଁଭଳି ପରିସ୍ଥିତି ଥିଲା । ସେଠାରୁ ଦଳକୁ ଆଣି ଚମ୍ପିଆନ୍‌ କରିବା, ବହୁତ୍‌ କମ୍‌ ଅଧିନାୟକଙ୍କ ପାଖରେ ଥାଏ ଏହି କ୍ଷମତା । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.