ନୂଆଦିଲ୍ଲୀ ୦୭/୦୪: ଟ୍ରମ୍ପ ଟାରିଫ୍ ଆଟାକ୍ ପରେ ଦୋହଲିଯାଇଛି ବିଶ୍ୱ ଅର୍ଥନୀତି । ଓ୍ୱାଲ୍ ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ଭାରତୀୟ ସେୟାର ମାର୍କେଟରେ କମ୍ପନ । ଭୁଶୁଡି ପଡିଛି ନିବେଶକଙ୍କ ନିବେଶ । ମାତ୍ର କିଛି ସମୟରେ ବୁଡିଯାଇଛି କୋଟି କୋଟି ଟଙ୍କା । ତେବେ ମାର୍କେଟ କ୍ରାସ୍ ହେବା ପରେ ସୁନା ଓ ରୂପା ଅଳଙ୍କାରରେ ବି ହ୍ରାସ ପାଇଛି ।
ଆଉ ନିବେଶକଙ୍କ କ୍ଷତି ଭିତରେ ଆଶ୍ୱସ୍ତି ଆଣିଛି ସୁନା, ରୂପା ଦର । ଅଳଙ୍କାର ମୂଲ୍ୟ କମିବା ପରେ ଦେଶ ଓ ରାଜ୍ୟରେ ଜାରି ହୋଇଛି ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୮୭,୯୯୧ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୦,୩୮୦ ଟଙ୍କା ରହିଛି ।
ରବିବାର ଅପେକ୍ଷା ସୋମବାର ଦର ଅପେକ୍ଷାକୃତ କମିଛି । ଲଗାତାର ତୃତୀୟ ଦିନରେ ହ୍ରାସ ପାଇଛି ସୁନା ଓ ରୂପା ଦର । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ହ୍ରାସ ପାଇଛି । କେବଳ ସୁନା ଦର ନୁହେଁ ରୂପା ଦରରେ ବି ଅହେତୁକ ହ୍ରାସ ପାଇଛି । ରୂପା କେଜି ପ୍ରତି ୮୮,୬୯୮ ରହିଛି । ପୂର୍ବରୁ ଏହାର ମୂଲ୍ୟ ୧ ଲକ୍ଷ ପାର୍ କରିଥିଲା । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଓ ରୂପା ଦର କମିଥିବା ଦେଖିବାକୁ ମିଳିଛି।