ଜୁଲାଇରେ ଆସୁଛି ମହାବିନାଶ, ଜାପାନର ଭବିଷ୍ୟବକ୍ତା ରିୟ ତାସୁକିଙ୍କ ଚେତାବନୀ

Published By : Prameya-News7 Bureau | April 07, 2025 IST

ଜାପାନ ୦୭/୪:୨୦୨୫କୁ ନେଇ ବାବା ଭେଙ୍ଗା ଓ ନୋଷ୍ଟ୍ରାଡମସଙ୍କ  ସମେତ ଅନେକ ଭବିଷ୍ୟବକ୍ତା ଡରାଇଲା ପରି ଭବିଷ୍ୟବାଣୀ କରିସାରିଛନ୍ତି । ବାବା ଭେଙ୍ଗାଙ୍କର ଭୂକଂପର ପୂର୍ବାନୁମାନ ସତ ସାବ୍ୟସ୍ତ ହୋଇଛି । ମିଆଁମାର ଭୂକଂପ ହଜାର ହଜାର ଲୋକଙ୍କ ଜୀବନ ନେଇଯାଇଛି । ଏବେ ପୁଣି ଏକ ନୂଆ ପ୍ରଳୟର ସାମ୍ନା କରିବାକୁ ଯାଉଛି ବିଶ୍ବ । ଜୁଲାଇ ମାସରେ ଆସୁଛି ବଡ ସୁନାମୀ। ଯାହାର ପୂର୍ବାନୁମାନ କରିଛନ୍ତି ଜାପାନରେ ବାବା ଭେଙ୍ଗା ନାମରେ ପରିଚିତ ଭବିଷ୍ୟବକ୍ତା ରିୟ ତାସୁକି । ଜାପାନର  ୨୦୧୧ ସୁନାମୀ ଠାରୁ  ୩ଗୁଣା ଭୟଙ୍କର ଜଳପ୍ରଳୟ ଆସିବ। ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ। କଣ ସତରେ ଆସିବ ଭୟଙ୍କର ସୁନାମୀ । ବେକାବୁ ସମୁଦ୍ର ଲହରୀ ସବୁକିଛି ଭସାଇ ନେବ । ଏମିତି ଚିନ୍ତା ସମସ୍ତଙ୍କୁ ଘାରିଛି । 

ଜଳ ପ୍ରଳୟ ଆସିଲେ ଜାପାନ ସମେତ ପଡୋଶୀ ଦେଶ ପ୍ରଭାବିତ ହେବେ । ତାସୁକି ସ୍ବପ୍ନରେ ଦେଖିଛନ୍ତି ପ୍ରଶାନ୍ତ ମହାସାଗରରେ ପାଣି ଭୟଙ୍କର ଭାବରେ ମାଡି ଆସୁଛି । ତା ସାଂଗକୁ ଉଠୁଛି ବଡ ବଡ ଜୁଆର । ୟେ ପାଣି ଭିତରେ କୌଣସି ଜ୍ବାଳାମୁଖୀ ବିସ୍ପୋଟକ ବା ସମୁଦ୍ର ଭିତରେ କିଛି ବଡ ପରିବର୍ତ୍ତନ ଆଭାସ । କେବଳ ଏତିକି ନୁହେଁ ପ୍ରଶାନ୍ତ ମହାସାଗରର ଦ୍ବୀପର ଭୌଗଳିକ ସ୍ଥିତି ବଦଳି ଯାଇପାରେ ।ତାସୁକିଙ୍କର ପୂର୍ବାନୁମାନ ସତ ହେଲେ ଭାରତ ପାଇଁ ସାଜିପାରେ ବିପଦ । କାହିଁକିନା ଭାରତ ବି ଏସିଆ ଅଧୀନରେ ଆସୁଛି । ଭାରତର ସମୁଦ୍ର ତଟରେ ଥିବା ଗୁଜରାଟ,ମୁମ୍ବାଇ ଓ ଚେନ୍ନାଇ ପରି ସହର ପ୍ରଳୟର ,ସାମ୍ନା କରିପାରନ୍ତି । 

କିଏ ଏହି ରିୟ ତାସୁକି ? 

ଜାପାନରେ ଜନ୍ମ ହୋଇଥିବା ରିୟ ତାସୁକି ଜଣେ କମିକ ଆର୍ଟିଷ୍ଟ ଥିଲେ । ଆଉ ଏଥିରେ ସେ ଅନେକ ସୁନାମ ଆଣିଥିଲେ । ତେବେ ୧୯୮୦ ମସିହାରୁ ସେ ଭବିଷ୍ୟବାଣୀ କରିବା ଆରମ୍ଭ କରିଦେଇଥିଲେ। ଦୁନିଆରେ ଆଗକୁ କଣ ଘଟିବ ସେ ନେଇ ତାଙ୍କୁ ସ୍ବପ୍ନ ଆସୁଥିବା ଦାବି କରୁଥିଲେ ।  ଆଉ ତାଙ୍କୁ ସ୍ବପ୍ନରେ ଯାହା ଦେଖାଯାଉଥିଲା ସେ ସଂଗେ ସଂଗେ ଡାଏରୀରେ ଲେଖି ଦେଉଥିଲେ । ଯାହା ୧୯୯୯ରେ   ‘THE FUTURE SAW’ ନାଁରେ ପ୍ରକାଶିତ ହୋଇଥିଲା । ବହିରେ ଲେଖାଥିବା ଅନେକ କଥା ସତ ହୋଇଥିବା ନେଇ ଦାବି ହୋଇଛି  

ସତ ହୋଇଥିବା ଭବିଷ୍ୟବାଣୀ

୧୯୯୧ରେ ବ୍ରିଟିଶର ସିଙ୍ଗର ଫ୍ରିଡି ମର୍କରିଙ୍କ ମୃତ୍ୟୁ ନେଇ ତାସୁକି କରିଥିଲେ ଭବିଷ୍ୟବାଣୀ । ଏହାର କିଛି ମାସ ପରେ ସେ ଦୁନିଆକୁ ଅଲବିଦା କହିଥିଲେ । ୧୯୯୫ ମସିହାରେ ସେ ଜାପାନରେ ବଡ ଭୂକଂପ ହେବା ନେଇ ସୂଚନା ଦେଇଥିଲେ । ଆଉ ସତକୁ ସତ ଭୂକଂପରେ ୬ହଜର ଲୋକଙ୍କ ଜୀବନ ଯାଇଥିଲା । ଏହା ପରେ ରୟ ତାସୁକିଙ୍କର ସବୁଠାରୁ ବଡ ଭବିଷ୍ୟବାଣୀ ଆସିଥିଲା ମାର୍ଚ୍ଚ ୧୧, ୨୦୧୧ରେ । ସେ କହିଥିଲେ ବଡ ବିପର୍ଯ୍ୟୟର ସାମ୍ନା କରିବ ଜାପାନ । ତାଙ୍କ କଥା ସତ ହୋଇଥିଲା । ସୁନାମୀରେ ଛାରଖାର ହୋଇଯାଇଥିଲା ଜାପାନ । ସେହିପରି ପ୍ରିନସେସ ଡାଏନାଙ୍କୁ ନେଇ ୧୯୯୨ ଅଗଷ୍ଟ ୩୧ ରେ ନିଜ ପୁସ୍ତକରେ ଲେଖିଥିଲେ ତାସୁକୀ । ଏହାର ଠିକ ୫ ବର୍ଷ ପରେ ୧୯୯୭ ଅଗଷ୍ଟ ୩୧ରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଡାଏନା ।  ମହାମାରୀ କରୋନାକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ ତାସୁକି । ୨୦୨୦ରେ ଏକ ଭାଇରସ ଆସି ଅନେକ ଜୀବନ ଯିବା ନେଇ ପୂର୍ବାମୁମାନ କରିଥିଲେ ତାସୁକି  । ତାଙ୍କ କହିବା ମୁତାବକ କରୋନା ଆସି ପୁରା ବିଶ୍ବକୁ ଛାରଖାର କରିଦେଇଥିଲା । 

 କଣ କହୁଛନ୍ତି ବୈଜ୍ଞାନିକ ? 

ଏବେ ମନରେ ପ୍ରଶ୍ନ ଆସୁଛି ତାସୁକିଙ୍କର ଏହି ସୁନାମୀ ଭବିଷ୍ୟବାଣୀର କଣ କିଛି ବୈଜ୍ଞାନିକ ପ୍ରମାଣ ରହିଛି । ତେବେ ତାସୁକୀଙ୍କର ଜୁଲାଇ ପୂର୍ବାନୁମାନକୁ ନେଇ ଦ୍ବନ୍ଦରେ ଅଛନ୍ତି ବୈଜ୍ଞାନିକ ଓ ଭୂତତ୍ତ୍ବବିତ୍‌  । ସୁନାମୀ ଆସିବାର କୌଣସି ବଳିଷ୍ଠ ପ୍ରମାଣ ମିଳନଥିବା କହିଛନ୍ତି । ତେବେ ଏବେ ଏବେ ମିଆଁମାରରେ ବିନାଶକାରୀ ଭୂକଂପ ଆସି ପ୍ରଳୟ ରଚି ଯାଇଛି । ସେଥିପାଇଁ ପୁଣି ଆଉ ଥରେ ଭୂମିକଂପର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଜାପାନ ରିଙ୍ଗ ଅଫ ଫାୟାର ଜୋନ୍‌ରେ ଆସୁଛି ଯେଉଁଠି ଭୂକଂପ ଓ ସୁନାମୀ ହେବାର ସବୁବେଳେ ସମ୍ଭାବନା ଥାଏ । 

ବର୍ତ୍ତମାନ ସମୟରେ ଜାପାନର ଭବିଷ୍ୟବକ୍ତା ରିୟ ତାସୁକିଙ୍କୁ ଜାପାନର ଭେଙ୍ଗା ବାବା କହିବାକୁ ଲାଗିଲେଣି । କାହିଁକି ନା ତାଙ୍କର ଅନେକ ଭବିଷ୍ୟତବାଣୀ ସତ ହୋଇଛି । ହେଲେଏବେ ସୁଦ୍ଧା ବୈଜ୍ଞାନିକ ମାନେ ତାସୁକିଙ୍କର ଏହି ଭବିଷ୍ୟବାଣୀକୁ ନେଇ ସଠିକ ତଥ୍ୟ ଦେଇନାହାନ୍ତି । ସତରେ କଣ ଜୁଲାଇରେ କୌଣସି ବଡ ସୁନାମୀ ଆସିବ ନାଁ କେବଳ ଏକ ଭବିଷ୍ୟବାଣୀ ୟେ ତ ସମୟ କହିବ । ହେଲେ ଏତିକି ଥୟ ଯେ ତାସୁକିଙ୍କ ଏହି ପୂର୍ବାନୁମାନକୁ ନେଇ ବିଶ୍ବରେ ଖେଳିଯାଇଛି ଭୟର ବାତାବରଣ । 

 


  • japan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.