ଆମେରିକା ସେୟାର ବଜାରରେ ହାହାକାର; କାରବାର ଆରମ୍ଭରୁ ଭୁଶୁଡ଼ିଲା, ୫ ପ୍ରତିଶତ ହ୍ରାସ

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ପ୍ରଭାବ । ଭାରତ ପରେ ଭୁଶୁଡ଼ିଲା ଆମେରିକା ପୁଞ୍ଜି ବଜାର । ସୋମବାର ସେୟାର ମାର୍କେଟ୍ ପ୍ରାୟ ୫ ପ୍ରତିଶତ ହ୍ରାସ ପାଇଛି । ଆଜି ଓ୍ବାଲ୍ ଷ୍ଟ୍ରିଟ୍ ପୁଞ୍ଜିବଜାର କାରବାର ଆରମ୍ଭରୁ ଭୟଙ୍କର ଭାବେ ତଳକୁ ଖସିଥିଲା ଏବଂ ପ୍ରମୁଖ ସେୟାର ସୂଚକାଙ୍କ ହ୍ରାସ ପାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ସେୟାର ବଜାର ଭୁଶୁଡ଼ିବା କାରଣ ବୋଲି କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ । ନିବେଶକ ମଧ୍ୟ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଥିବା ବେଳେ ଏହା ଅମେରିକା ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି କହିଛନ୍ତି । ଏଭଳି ସ୍ଥିତିରେ କିଛି ଟ୍ରେଡର୍ସ ପୁଞ୍ଜି ସେୟାରଠୁ ଦୂରରେ ରହି ସରକାରୀ ବଣ୍ଡ୍‌କୁ ସୁରକ୍ଷିତ ବିକଳ୍ପ ଭାବେ ବାଛିଛନ୍ତି । 

ଡାଭ୍ ଜୋନ୍ସ ଇଣ୍ଡଷ୍ଟ୍ରିଆଲ ଆଭରେଜରେ ୧୨୧୨.୯୮ ଅଙ୍କ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଯାହା ପାଖାପାଖି ୩.୧୭ ପ୍ରତିଶତ ହ୍ରାସକୁ ଦର୍ଶାଉଛି । ଏହା ଏବେ ୩୭୧୦୧.୮୮ ଆସିଯାଇଛି । ଏସଏଣ୍ଡପି-୫୦୦ ସୂଚାକଙ୍କ ୧୮୧.୩୭ ଅଙ୍କ ବା ୩.୫୭ ପ୍ରତିଶତ ହ୍ରାସ ପାଇ ୪,୮୯୨.୭୧ ପହଞ୍ଚିଛି ।  ନୈଷ୍ଟିକ୍ କମ୍ପୋଜିସନ ମଧ୍ୟ ଟ୍ରମ୍ପଙ୍କ ଟାରିଫରେ ପ୍ରଭାବିତ ହୋଇଛି । ଏହା ୬୨୩.୨୩ ଅଙ୍କ ବା ୪.୦୦ ପ୍ରତିଶତ ତଳକୁ ଖସି ୧୪,୯୬୪.୫୬ରେ ପହଞ୍ଚିଛି । 

ମନ୍ଦାବସ୍ଥା ଆଡ଼କୁ ବଢ଼ୁଛି ଆମେରିକା ?

ଆମେରିକା ସେୟାର ବଜାର ଭୁଶୁଡ଼ିବାର ଅର୍ଥ ହେଇଛି ବଜାର ଉପରେ ବିଶ୍ବାସ କମୁଛି ଏବଂ ନିବେଶକ ଆମେରିକାର ବାଣିଜ୍ୟିକ ନୀତିକୁ ନେଇ ଆତଙ୍କିତ ରହିଛନ୍ତି । ଟ୍ରମ୍ପଙ୍କ ଟାରିଫ୍ ନୀତି ବୈଶ୍ବିକ ବ୍ୟବସାୟ ସମ୍ବନ୍ଧକୁ ପ୍ରଭାବିତ କରିବ ବୋଲି କୁହାଯାଉଛି । ଏହାଛଡ଼ା ରୋସିପ୍ରୋକାଲ ଶୁଳ୍କ, କମ୍ପାନିଗୁଡ଼ିକ ଉପରେ ଚାପ ପକାଇବାର ସମ୍ଭାବନା ରହିଛି । ଏଭଳି ଅସ୍ଥିର ସମୟରେ ସରକାରୀ ବଣ୍ଡ୍ସ ଅଧିକ ସୁରକ୍ଷିତ ବୋଲି ବିଶେଷଜ୍ଞ କହିଛନ୍ତି ଏବଂ ଟାରିଫ୍ ନୀତି ପାଇଁ ଆମେରିକା ମାନ୍ଦାବସ୍ଥା ଆସିପାରେ ବୋଲି ଆଶଙ୍କା କରିଛନ୍ତି । ଏହାକୁ ନେଇ ବିଶ୍ବ ବଜାରରେ ହଟଚମକ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.