ଟ୍ରମ୍ପଙ୍କ ଟାରିଫ୍ ଆଟାକ୍‌ରେ କ’ଣ ମହଙ୍ଗା, କ’ଣ ହେବ ଶସ୍ତା...?

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧରେ ବିଶ୍ବବ୍ୟାପୀ ହାହାକାର । ବିଶ୍ବ ବଜାରରେ ଭୁଶୁଡ଼ି ପଡ଼ିଲାଣି ବାଣିଜ୍ୟିକ କାରବାର । ୧୮୦ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲଗାଇଛି ଆମେରିକା । ଆମଦାନୀ ବସ୍ତୁ ଉପରେ ଲାଗିଛି ଯେସାକୁ ତେସା ଶୁଳ୍କ । ଆମେରିକାକୁ ଆମଦାନୀ ହେଉଥିବା ପ୍ରତ୍ୟେକ ସାମଗ୍ରୀରେ ସର୍ବନିମ୍ନ ୧୦ ପ୍ରତିଶତ ଟାରିଫ୍ ଲାଗିଛି । ଏପ୍ରିଲ ଦୁଇ ତାରିଖରୁ ଲାଗୁ ହୋଇଥିବା ଶୁଳ୍କ ଆମେରିକା ଇତିହାସରେ ସବୁଠାରୁ କଠୋର ବ୍ୟବସାୟିକ ନୀତି । ଏହାର ପ୍ରଭାବ ଭାରତରେ ପଡ଼ିବା ନେଇ ଆଶଙ୍କା କରାଯାଉଛି । ଅଳଙ୍କାର ବଜାର, ଗାରମେଣ୍ଟ ଏକ୍ସପୋର୍ଟ ସମେତ ଭାରତର ବିଭିନ୍ନ ଉଦ୍ୟୋଗ ଉପରେ ଏହାର ସିଧା ପ୍ରଭାବ ପଡ଼ିବ । ଫଳରେ ଅନେକ ସାମଗ୍ରୀ ମହଙ୍ଗା ହୋଇପାରେ ।  

ଆମେରିକା ସରକାର ମୋଟା ଟାରିଫ୍ ଲଗାଇଥିବା ଦେଶ ମାନଙ୍କ ମଧ୍ୟରେ ଆମେରିକା ରହିଛି । ଭାରତରୁ ଆମେରିକା ଯାଉଥିବା ସମସ୍ତ ସାମଗ୍ରୀ ଉପରେ ୨୬ ପ୍ରତିଶତ ଆମଦାନୀ ଶୁଳ୍କ ଲାଗିବ । ଟ୍ରମ୍ପ ପ୍ରଶାସନର କହିବା ଅନୁଯାୟୀ, ଭାରତ ସରକାର ଆମେରିକା ଉପରେ ୫୨ ପ୍ରତିଶତ ଟାରିଫ୍ ଲଗାଉଛନ୍ତି । ଏହା ଅନ୍ୟାୟ ଏବଂ ଏହା ଦ୍ବାରା ୪୬ ଅରବ ଡଲାର ପର୍ଯ୍ୟନ୍ତ ବ୍ୟବସାୟିକ କ୍ଷତି ହୋଇଛି । କେବଳ ଭାରତ ନୁହେଁ ବିଶ୍ବର ୧୮୦ ଦେଶ ଉପରେ ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଓ୍ବାର ଲଗାଇ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । 

କେଉଁ ସାମଗ୍ରୀ ମହଙ୍ଗା ହେବ:

ଭାରତ ଓ ଆମେରିକା ମଧ୍ୟରେ ଜାରି ରହିଥିବା ବ୍ୟବସାୟ ଉପରେ ନଜର ପକାଇଲେ, ଭାରତ ତିଆରି ହୋଇ ଆମେରିକା ଯାଉଥିବା କାର୍ ଉପରେ ୨.୫ ପ୍ରତିଶତ ଶୁଳ୍ପ ଲାଗୁଥିଲା । ମାତ୍ର ଆମେରିକୀୟ ବ୍ରାଣ୍ଡ୍ ଉପରେ ଭାରତରେ ୭୦ପ୍ରତିଶତ ଶୁଳ୍କ ଲଗାଉଛି । ଏହା ଦ୍ବାରା ଆମ ଦେଶରେ ଆମେରିକା କାର୍‌ର ଦାମ୍ ଅଧିକ ରହିଛି । ସେହିପରି ଭାରତୀୟ ଚାଉଳ ଏବଂ ସେବା  ଉପରେ ଆମେରିକା ନାମକୁ ମାତ୍ର ଟ୍ୟାକ୍ସ ଲଗାଉଛି । ହେଲେ ଭାରତରେ ଏହା ଅଧିକ ରହିଛି । ସେହିଭଳି ଅଳଙ୍କାର ଓ ହୀରା ଉପରେ ନଜର ପକାଇଲେ ଭାରତ ମୋଟ୍ ଏକ୍ସପୋର୍ଟରେ ଆମେରିକାର ୧୩ପ୍ରତିଶତ ଭାଗିଦାରୀ ରହିଛି । ବର୍ତ୍ତମାନ ରେସିପ୍ରୋକାଲ ଟ୍ୟାକ୍ସ ଲାଗୁ ହେବା ପରେ କିଛି ସାମଗ୍ରୀ ମହଙ୍ଗା ଏବଂ  କିଛି ସାମଗ୍ରୀର ଶସ୍ତାର ହେବାର ଅନୁମାନ କରାଯାଉଛି ।

ଆମେରିକା ଭିଏତନାମ ଉପରେ ୪୬ ପ୍ରତିଶତ ଟାରିଫ୍ ଲାଗୁ କରିଛି । ଭିଏତନାମରେ ନାଇକି, ଆଡିଦାସ୍ ଭଳି କମ୍ପାନିର କପଡ଼ା ଏବଂ ଅନ୍ୟ ସ୍ପୋର୍ଟସ ଆଦି ସାମଗ୍ରୀ ତିଆରି ହୋଇଥାଏ । ବର୍ତ୍ତମାନ ଏହି ସବୁ ସାମଗ୍ରୀ ମହଙ୍ଗା ହେବାର ଆଶଙ୍କା ରହିଛି । ଦେଖିବାକୁ ଗଲେ ନାଇକିର ୫୦ପ୍ରତିଶତ ଜୋତା ଏବଂ ଏଡିଦାସର ଏକ ଚତୁର୍ଥାଂଶ ଉତ୍ପାଦ ଭିଏତନାମରେ ତିଆରି ହୋଇଥାଏ । 

ଭାରତ ସମେତ ଅନେକ ଦେଶରେ ଆପଲ୍ ଆଇଫୋନର ଚାହିଦା ରହିଛି । ଆଇଫୋନ୍ ସହିତ ଜଡ଼ିତ ସାମଗ୍ରୀର ଉତ୍ପାଦନ ଚୀନ, ଭିଏତନାମ, ମାଲେସିଆ, ଥାଇଲାଣ୍ଡ ଏବଂ ଆୟର୍ଲାଣ୍ଡ ହେଉଛି । ଏହାଛଡ଼ା ଆଇଫୋନର ଆସେମ୍ବଲ୍ ମଧ୍ୟ ଏଠାରେ କରାଯାଇଥାଏ । ଏବେ ଟାରିଫ୍ ବଢ଼ିବା ପରେ ଏହି ସବୁ ସାମଗ୍ରୀ ଦାମ୍ ବଢ଼ିବା ନିଶ୍ଚିତ ବୋଲି କୁହାଯାଉଛି ।... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.