ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଫେରାର ମାରିଲେ ଦୁର୍ବୃତ୍ତ

Published By : Prameya-News7 Bureau | July 12, 2024 IST

ବାରଙ୍ଗ ୧୨।୭: ଚଳନ୍ତା ଗାଡ଼ିରେ ହେଲା ସ୍ନାଚିଂ । ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଲୁଟେରା । ଆହତ ଅବସ୍ଥାରେ ମହିଳା ଦେଲେ ବାରଙ୍ଗ ଥାନାରେ ଅଭିଯୋଗ ।

ସୂଚନାଯୋଗ୍ୟ ଯେ, ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରୁ ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଫେରାର ହେଲେ ଦୁର୍ବୃତ୍ତ । ମହିଳା ଜଣକ ନିଜ ସ୍କୁଟିରେ ବାରଙ୍ଗରୁ ତ୍ରିଶୂଳିଆ ଆସୁଥିବା ବେଳେ ଫୁଲପୋଖରୀ ଛକରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ତ୍ରିଶୂଳିଆ ଆଡ଼କୁ ଫେରାର ହୋଇଯାଇଥିଲେ । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଗୋଡିସାହି ନେତା ଅଞ୍ଚଳର ମହିଳା । ଅଭିଯୋଗ ଆଧାରରେ ବାରଙ୍ଗ ପୋଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଜନଗହଳି ରାସ୍ତାରେ ଏଭଳି ଲୁଟ୍ କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ ।

You Can Read:

ନିର୍ବାଚିତ ଲୋକ ପ୍ରତିନିଧି ଠିକ୍ ଭାବେ ଦାୟିତ୍ୱ ନିର୍ବାହ ନକଲେ ଦାୟିତ୍ୱରୁ ଅପସାରଣ କରାଯିବ : ପରିବହନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.