ବେଲଗାମ ସୁନା: ଦାମ୍ ୭୬ ହଜାର ପାର୍, ରୁପା ୯୨ ହଜାର ଅତିକ୍ରମ କଲା

Published By : Prameya-News7 Bureau | October 04, 2024 IST

businessatndard

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଟ୍ୟାକ୍ସ କମାଇଥିଲେ ବି ସୁନା ଦାମରେ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି। ଶୁକ୍ରବାର(୨୦୨୪ ଅକ୍ଟୋବର ୪) ସୁନା ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୪୬୭ ଟଙ୍କା ବୃଦ୍ଧି ହୋଇ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ୭୬,୯୮୨ ଟଙ୍କା ହୋଇଛି। ତେବେ କାରବାର ବନ୍ଦ ହେବା ବେଳକୁ ଏହା ୩୪୮ ଟଙ୍କା ବୃଦ୍ଧି ପାଇ ୭୫,୯୬୪ ଟଙ୍କାକୁ ଖସି ଆସିଥିଲା। ହେଲେ ଦିନକ ପୂର୍ବରୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୫,୬୧୫ ଟଙ୍କା ଥିଲା।

ଅନ୍ୟପଟେ ରୂପା ମୂଲ୍ୟ ମଧ୍ୟ ଆଜି ଉଚ୍ଚାରେ ରହିଥିଲା। ରୁପା ୧,୬୧୫ ଟଙ୍କା ବୃଦ୍ଧି ହୋଇ କେଜି ୯୨,୨୮୬ରେ ପହଞ୍ଚିଥିଲା। ତେବେ କାରବାର ବନ୍ଦ ହେବା ବେଳକୁ ଏହା ୧୫୨୯ ଟଙ୍କା ବୃଦ୍ଧି ପାଇ ୯୨,୨୦୦ ଟଙ୍କା ହୋଇଛି। ଗୋଟିଏ ଦିନ ପୂର୍ବରୁ ରୂପା ୯୦,୬୭୧ ଟଙ୍କା ଥିଲା। ଚଳିତ ବର୍ଷ ରୂପା ମେ ୨୯ ତାରିଖରେ କିଲୋଗ୍ରାମ ପିଛା ୯୪,୨୮୦ ଟଙ୍କା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଏପର୍ଯ୍ୟନ୍ତ ସୁନା ମୂଲ୍ୟରେ ୧୨,୬୧୨ ଚଙ୍କା ବୃଦ୍ଧି

ଆଇବିଜେଏ ଅନୁଯାୟୀ, ଚଳିତ ବର୍ଷ ସୁନା ମୂଲ୍ୟ ୧୨,୬୧୨ ଟଙ୍କା ବୃଦ୍ଧି ପାଇଛି। ଜାନୁଆରୀ ୧ ରେ ସୁନା ୬୩,୩୫୨ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୦ ଗ୍ରାମ ପିଛା ୭୫,୯୬୪ ଟଙ୍କାରେ ପହଞ୍ଚିଛି। ଏଥିସହିତ ଏକ କିଲୋଗ୍ରାମ ରୁପା ମୂଲ୍ୟ ୭୩,୩୯୫ରୁ ୯୨,୨୦୦ ଟଙ୍କାକୁ ବୃଦ୍ଧି ପାଇଛି।

HDFC ସିକ୍ୟୁରିଟି କମୋଡିଟି ଏବଂ କରେନ୍ସି ହେଡ ଅନୁଜ ଗୁପ୍ତାଙ୍କ ଅନୁଯାୟୀ ସୁନା ଏବଂ ରୂପା ଆଗାମୀ ଦିନରେ ବୃଦ୍ଧି ପାଇପାରେ। ଚଳିତ ବର୍ଷ ସୁନା ୧୦ ଗ୍ରାମ ପ୍ରତି ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ସେହିପରି ରୂପା ମଧ୍ୟ କେଜି ପିଛା ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.