ନୂଆଦିଲ୍ଲୀ ୨୨।୨: ସୁନା ଓ ରୂପା ଦର ପ୍ରାୟତଃ ବଦଳିବାରେ ଲାଗିଛି। ଶୁକ୍ରବାର ସୁନା ଓ ରୂପା ଦର ହ୍ରାସ ହୋଇଥିଲା। ଯେହେତୁ ଶନିବାର ବଜର ବନ୍ଦ ରହେ ଏଣୁ ପୁରୁଣା ଦରରେ କାରବାର ହୁଏ। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ୱେବସାଇଟ ଅନୁସାରେ ଶନିବାର ୨୪ କ୍ୟାରେଟ୍ (୯୯୯ପ୍ରତିଶତ ଶୁଦ୍ଧ) ସୁନା ୧୦ଗ୍ରାମ ପିଛା ଦର ୮୬,୫୨୦ ଟଙ୍କାରୁ ହ୍ରାସ ହୋଇ ୮୬,୦୯୨ ଟଙ୍କା ଦରରେ କାରବାର ହେଉଛି।
ସେହିପରି ରୂପା ଦର ୯୭.୭୮୯ ଟଙ୍କାରୁ ହ୍ରାସ ହୋଇ କେଜି ପିଛା ୯୭,୧୪୭ ଟଙ୍କାରେ କାରବାର ହେଉଛି। ଏହି ସମୟରେ ୨୩ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୫,୭୪୭ ଟଙ୍କାରେ କାରବାର କରୁଥିବା ବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୭୮,୮୬୦ ଟଙ୍କାରେ କିଣାବିକା ହେଉଛି। ଚେନ୍ନାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୮୭,୫୪୦ ଟଙ୍କାରେ କାରବାର ହେଉଥିବା ବେଳେ ମୁମ୍ବାଇରେ ୮୭,୭୪୦, ଦିଲ୍ଲୀରେ ୮୭,୫୪୦ ଓ କୋଲକାତାରେ ୮୭,୫୪୦ ଟଙ୍କା ଦରରେ ବିକା କିଣା ହେଉଛି।
ତେବେ ସୁନା ଦରରେ ଏପରି ହ୍ରାସର ଅନେକ କାରଣ ରହିଛି। ଏଥିରେ ପ୍ରଥମ କାରଣଟି କେନ୍ଦ୍ରୀୟ ବ୍ୟାଙ୍କ ନୀତି ହୋଇଥିବା ବେଳେ ଡଲାର ମଜଭୁତ ହେବା ଆଉ ଏକ କାରଣ। ଯେତେବେଳେ ଆମେରିକୀୟ ଡଲାର ମଜଭୁତ ହୁଏ ସେତେବେଳେ ସୁନା ଦର ହ୍ରାସ ହୋଇଥାଏ। ଏହା ଛଡା ବୈଶ୍ୱିକ ବଜାରରେ ଅସ୍ଥିରତା ଥିଲେ ନିବେଶକ ସୁନାରେ ସେମାନଙ୍କ ନିବେଶକୁ ଉପଯୁକ୍ତ ମନେ କରିଥାନ୍ତି। ଏଣୁ ନିବେଶକ ସୁନା ମୁହାଁ ହେଲେ ବଜାରରେ ଦର ବଢେ।