ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଲଟା ଶୁଳ୍କ ନୀତି କାରଣରୁ ବିଶ୍ବ ବଜାରରେ ଅନିଶ୍ଚିତତା ଦେଖିବାକୁ ମିଳିଛି। ସୋମବାର ଆମେରିକା ସେୟାର ମାର୍କେଟ୍ ପ୍ରାୟ ୫ ପ୍ରତିଶତ ହ୍ରାସ ପାଇଛି । ଓ୍ବାଲ୍ ଷ୍ଟ୍ରିଟ୍ ପୁଞ୍ଜିବଜାର କାରବାର ଆରମ୍ଭରୁ ଭୟଙ୍କର ଭାବେ ତଳକୁ ଖସିଥିଲା। ଏମିତିରେ ଟ୍ରମ୍ପଙ୍କ ବାଣିଜ୍ୟ ନୀତି କାରଣରୁ ସୁନା ବଜାର ଉପରେ ମଧ୍ୟରେ ପ୍ରଭାବ ଦେଖିବାକୁ ମିଳିଛି।
ଯେଉଁ କାରଣରୁ ସୁନା ମୂଲ୍ୟରେ ଲଗାତାର ଦ୍ବିତୀୟ ଦିନରେ ହ୍ରାସ ଦେଖିବାକୁ ମିଳିଛି। ଅଲ ଇଣ୍ଡିଆ ସରାଫା ଆସୋସିଏନର ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀରେ ୧୦ ଗ୍ରାମ ସୁନା ମୂଲ୍ୟ ୧୫୫୦ ଟଙ୍କା ଖସି ୯୧, ୪୫୦ ଟଙ୍କାରେ ପହଞ୍ଚିଛି।
ସେହିଭଳି ଦୁଇ ଦିନରେ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ୧୯୨୯ ଟଙ୍କା ହ୍ରାସ ପାଇ ୮୯ ହଜାର ୮୫ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ ସୁନା ୮୨ ହଜାର ୮୫୦ ଟଙ୍କା ରହିଛି। ସେହିଭଳି ରୁପା କିଲୋ ପିଛା ୨,୫୧୮ ଟଙ୍କା ହ୍ରାସ ପାଇ ୯୦ ହଜାର ୩୯୨ ଟଙ୍କାରେ ପହଞ୍ଚିଛି।