ଦେଶରେ ପ୍ରତିଷ୍ଠା ହେବ ୧୦ ନୂଆ ESIC ମେଡିକାଲ କଲେଜ

Published By : Prameya-News7 Bureau | October 08, 2024 IST

Business Standard

ନୂଆଦିଲ୍ଲୀ: ୧୦ଟି ନୂତନ ESIC ମେଡିକାଲ କଲେଜ ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର। ସେହିପରି ESI ନିଗମ ସଦସ୍ୟଙ୍କ ପାଇଁ ବେକାରୀ ଭତ୍ତା ଯୋଜନାକୁ ଜୁନ୍ 2026  ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କହିଛି।

ESI ନିଗମର ଏକ ବୈଠକରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ ESICର ଭିତ୍ତିଭୂମି ତଥା ଚିକିତ୍ସା ସୁବିଧାକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି ବୋଲି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି।

ଦେଶର ବିଭିନ୍ନ ସ୍ଥାନରେ ୧୦ଟି ନୂତନ ESIC ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ମାଣ୍ଡଭିୟ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ (2024) ଭାଷଣରେ ଆଗାମୀ ୫ ବର୍ଷରେ ନୂତନ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବାର  ସହାୟକ କରିବ ବୋଲି ମନ୍ତ୍ରଣାଳୟ କହିଛି। 

ପ୍ୟାନ୍ ଇଣ୍ଡିଆ ଆଧାରରେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ସହିତ ESIC ହିତାଧିକାରୀଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.