କୋଲକାତାର 'ଲଜ୍ଜା ମଣ୍ଡପ'; ଲଜ୍ଜା ଥିମରେ ତିଆରି ହୋଇଛି ମା’ଙ୍କ ପ୍ରତିମୂର୍ତ୍ତି

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ 08/10 : ଧରାପୃଷ୍ଠରେ ଅବତରଣ କରିବେ ମା ଦୁର୍ଗତିନାଶିନୀ। ସବୁଠି ସାଜ୍ଜସଜ୍ଜା। ଦୁର୍ଗାପୂଜା ବିଭିନ୍ନ ସ୍ଥାନରେ ବେଶ୍ ଧୁମଧାମରେ ସହ ପାଳନ ହେଉଥିବାବେଳେ କୋଲକାତା ଦୁର୍ଗାପୂଜା ଖାସ୍। ଏଠାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଆକର୍ଷଣୀୟ ତୋରଣ ପାଇଁ ପ୍ରସିଦ୍ଧ। ତେବେ ଚଳିତ ଥର ସେମିତି ଏକ ନିଆରା ଥିମ୍ ରେ ହୋଇଛି ମା’ଙ୍କ ମୂର୍ତ୍ତି ଯାହା ଖୁବ୍ ଖାସ୍ ଓ ସ୍ୱତନ୍ତ୍ର। ଆଉ ସମାଜକୁ ଦେଉଛି ଏକ ଭିନ୍ନ ବାର୍ତ୍ତା। କୋଲକାତାର ଆରଜିକର କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଛାପ ଦେଖିବାକୁ ମିଳିଛି ଦୁର୍ଗା ପେଣ୍ଡାଲରେ। ଯେଉଁ ଘଟଣା ଦେଶ ତଥା ଦେଶ ବାହାରେ ସୃଷ୍ଟି କରିଥିଲା ଆଲୋଡନ। 

ଦୁଷ୍କର୍ମ ପୀଡ଼ିତା ଟ୍ରେନି ଡାକ୍ତର ଜଣକ କୋଲକାତାର ବାସିନ୍ଦା । ସେଥିପାଇଁ ଡାକ୍ତରଙ୍କ ସହ  ଘଟିଥିବା ଦୁଷ୍କର୍ମ ଘଟଣାର ଛାପ ଦେଖିବାକୁ ମିଳିଛି କୋଲକାତାରେ ଏକ ପୂଜା ପେଣ୍ଡାଲରେ।  ଯାହାର ନାମ ଲଜ୍ଜା ପେଣ୍ଡାଲ ରଖାଯାଇଛି। କୋଲକାତାରେ ଅଗଷ୍ଟ ୯ତାରିଖରେ ଆରଜି କର କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତର ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ଲଜ୍ଜା ପେଣ୍ଡାଲ ତିଆରି ହୋଇଛି। ଏହି ପେଣ୍ଡାଲରେ ଦେଖିବାକୁ ମିଳୁଥିବା ଦୁର୍ଗା ମା’ ତାଙ୍କ ଉଭୟ ହାତକୁ ଚେହେରା ସାମ୍ନାରେ ରଖିଛନ୍ତି। ଗୋଟିଏ ହାତ ପାପୁଲିରେ ତାଙ୍କ ଡାହାଣ ଆଖି ସମ୍ପୂର୍ଣ୍ଣ ଭାବେ  ଢ଼ାଙ୍କି ହୋଇଯାଇଛି।  ଯାହା ଦର୍ଶାଇଛି ସମାଜରେ ନିରାପତ୍ତ ନୁହନ୍ତି ନାରୀ।  ସେହି ମୂର୍ତ୍ତି ପାଖରେ ଡାକ୍ତରଙ୍କ ଗାଉନ ଝୁଲା ଯାଇଥିବା ବି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ପେଣ୍ଡାଲ ପରିଚାଳକ କହିଛନ୍ତି ଏହି ମୂର୍ତ୍ତିକୁ ପୂଜା କରାଯିବ ନାହିଁ। ଏହା କେବଳ ବାର୍ତ୍ତା ପାଇଁ। ପୂଜା ପାଇଁ ଅନ୍ୟ ଏକ ମୂର୍ତ୍ତି ତିଆରି କରାଯାଇଛି।


ତେବେ ଏହି ପେଣ୍ଡାଲରେ ଭିଡିଓ ଭାଇରାଲ୍ ହେବା ପରେ  ଅନେକ ୟୁଜର ଏଥିକେ କମେଣ୍ଟ ବି ଦେଇଛନ୍ତି। କିଏ ଲେଖିଛନ୍ତି   ଲୋକଙ୍କୁ ସଚେତନ ଓ ଶିକ୍ଷା ଦେବାକୁ ଏହା ଏକ ଭଲ ପ୍ରୟାସ। ଅନ୍ୟ ଜଣେ ୟୁଜର ଏହି କନସେପ୍ଟରେ ଖୁସି ନଥିବା କହିଛନ୍ତି। ସେ ଯାହା ବି ହେଉ ନା କାହିଁକି ଏହି ପେଣ୍ଡାଲ୍ ର ବାର୍ତ୍ତା ନିହାତି ଭାବେ ଲୋକଙ୍କ ପାଖରେ ପହଞ୍ଚିବ।   

Also Read- ହମାସର ହମଲା, ଇସ୍ରାଏଲର ଆକ୍ସନ: ଯୁଦ୍ଧକୁ ବର୍ଷେ, ଇଏତ ଆରମ୍ଭ ମାତ୍ର...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.