ବଡ଼ ଶିକ୍ଷା ! ସୂର୍ଯ୍ୟଙ୍କ କ୍ୟାଚ୍, ହରିୟାଣାର ନିର୍ବାଚନୀ ମ୍ୟାଚ୍...ଖେଳ କେତେବେଳେ ବି ବଦଳି ପାରେ, କେବଳ ଦରକାର ଧୈର୍ଯ୍ୟ

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ: ଯବାନ, ଖେଳାଳି ଏବଂ କୃଷକଙ୍କ ମାଟି ହରିୟାଣାରୁ ଆଜି ଦେଶକୁ ଏକ ବଡ଼ ସନ୍ଦେଶ ମିଳିଛି । ଏହା ସନ୍ଦେଶ ହେଉଛି, ଶେଷ ମୁହୂର୍ତ୍ତରେ ଖେଳ କେତେବେଳେ ବି ବଦଳି ପାରେ, ବାସ୍ କେବଳ ଧୈର୍ଯ୍ୟ ରଖିବାକୁ ପଡ଼ିବ । ଆଜି ହରିୟାଣାରେ ବିଜେପି ଯେପରି ଖେଳ ବଦଳାଇ ପରିଣାମ ନିଜ ଆଡ଼କୁ ଆଣିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ପୂର୍ବରୁ ଟି-୨୦ ବିଶ୍ୱକପ କଥା ମନେ ପକାନ୍ତୁ । ଶେଷ ମୁହୂର୍ତ୍ତରେ ସୂର୍ଯ୍ୟ କୁମାର ଏକ ଅବିଶ୍ୱସନୀୟ କ୍ୟାଚ୍ ଧରି ସମସ୍ତଙ୍କୁ ଚିକିତ କରାଇଥିଲେ । ଖେଳ ଏବଂ ରାଜନୀତିରୁ ସାମନାକୁ ଆସିଥିବା ଦୁଇ ବିରଳ ଉଦାହରଣ ସାଧାରଣ ଲୋକ ପାଇଁ ଗୁରୁତ୍ୱ ରଖୁଛି । ଯେଉଁମାନେ ଦୀର୍ଘ ସଂଘର୍ଷ ପରେ ହାର ମାନି ନିଜ ଲକ୍ଷ୍ୟ ପଥ ଛାଡ଼ିବା ପାଇଁ ବିଚାର କରନ୍ତି, ସେମାନଙ୍କ ପାଇଁ ଏହି ଦୁଇ ଉଦାହରଣ ବଡ଼ ଶିକ୍ଷା ଅଟେ । ଜୀବନର ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ପୂରା ଦୁନିଆ ବଦଳିଯିବ କେହି ଜାଣିନାହାନ୍ତି ।

ଏକ୍ସଜିଟ୍ ପୋଲର ପରିଣାମ କଂଗ୍ରେସ ପକ୍ଷରେ ଏତେ ମଜଭୁତ ମାହୋଲ କରିଥିଲା ଯେ ଆଜି ସମସ୍ତଙ୍କୁ ଲାଗୁଥିଲା ଯେ କଂଗ୍ରେସର ବିଜୟ ଏବେ କେବଳ ଔପଚାରିକ ରହିଛି । ସକାଳ ୧୦ଟା ପାଖାପାଖି କଂଗ୍ରେସ ଟ୍ରେଣ୍ଡିଂରେ ୬୩ ଆସନରେ ଆଗରେ ରହିଥିଲା । କଂଗ୍ରେସ କାର୍ଯ୍ୟକାର୍ତ୍ତା ଲଡୁ ଏବଂ ଜିଲାପି ବାଣ୍ଟିବା ଆରମ୍ଭ କରିଥିଲେ । ଟିଭି ଚ୍ୟାନେଲରେ ବସିଥିବା ରାଜନୈତିକ ବିଶେଷଜ୍ଞ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ । ବିଜେପି ପୂରା ପିକ୍ଚରରୁ ଗାୟବ ଥିଲା । କିନ୍ତୁ ସମୟ ବତିଲା ଆଉ ହଠାତ୍ ସ୍ଥିତି ବଦଳିଗଲା । ବିଜେପି ଏପରି ବଢିଲା ଯେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିନେଲା । ବିଜେପିକୁ ୪୮ ଆସନ ଯାଇଥିବା ବେଳେ କଂଗ୍ରେସ କେବଳ ୩୭ ଆସନରେ ସୀମିତ ହେଲା । କଂଗ୍ରେସ ଶିବିର ଶାନ୍ତ ହୋଇଗଲା ଏବଂ ବିଜେପି ଶିବିର ବିଜୟ ଉତ୍ସବରେ କମ୍ପିବା ଆରମ୍ଭ କଲା ।

ଭାରତ ଟି-୨୦ ବିଶ୍ୱକପ ୨୦୨୪ ଜିତିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳା ଯାଇଥିବା ଫାଇନାଲରେ ସୂର୍ଯ୍ୟ କୁମାର ଯାଦବ ଏକ ଚମତ୍କାର କ୍ୟାଚ୍ ଧରି ପୂରା ଖେଳର ରୂପ ବଦଳାଇ ଦେଇଥିଲେ । ସୂର୍ଯ୍ୟ କୁମାର ମ୍ୟାଚର ଶେଷ ଓଭରରେ ଆଫ୍ରିକାର ଷ୍ଟାର୍ ବ୍ୟାଟର ଡେଭିଡ୍ ମିଲରଙ୍କ ବାଉଣ୍ଡ୍ରି ପାଖରେ କ୍ୟାଚ୍ ଧରିଥିଲେ, ସେତେବେଳେ ଆଫ୍ରିକାକୁ ବିଜୟ ପାଇଁ ଗୋଟିଏ ଓଭରରେ କେବଳ ୧୬ ରନ୍ ଦରକାର ଥିଲା । ସୂର୍ଯ୍ୟ କୁମାର ଧରିଥିବା ଏହି କ୍ୟାଚ୍ ଭାରତକୁ ବିଜୟୀ କରାଇଲା । ଯଦି ସୂର୍ଯ୍ୟ ସେହି କ୍ୟାଚ୍ ଧରିନଥାନ୍ତେ ତେବେ ହୁଏତ ଭାରତ ବିଶ୍ୱକପ ଜିତିପାରିଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.