ଇରାନ-ଇସ୍ରାଏଲ ଯୁଦ୍ଧରେ ଅଭାବ ହେବନି ତେଲ, ଭାରତ ପାଖରେ ଅଛି ଅନେକ ବିକଳ୍ପ: ପେଟ୍ରୋଲିୟମ ମନ୍ତ୍ରୀ

Published By : Prameya-News7 Bureau | October 08, 2024 IST

internet

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ତୈଳ ସଂକଟ ଦେଖା ଦେବାର ଆଶଙ୍କା ନାହିଁ। କାରଣ ଖର୍ଚ୍ଚ ତୁଳନାରେ ସାରା ବିଶ୍ୱରେ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି। ତେଣୁ ଭାରତରେ ଏନେଇ କୌଣସି ସମସ୍ୟା ହେବ ନାହିଁ। ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ସୂଚନା ଦେଇଛନ୍ତି। 

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ଯଦି କୌଣସି ପକ୍ଷ ତୈଳ ରପ୍ତାନୀ ଉପରେ କଟକଣା ଲଗାଇଲେ ତେବେ ବଜାରରେ ଅନୟ ତୈଳ ରପ୍ତାନୀକାରିମାନେ ବି ଅଛନ୍ତି। ଭାରତ ପାଇଁ ଅନ୍ୟ ତୈଳ ବଜାରରୁ ତେଲ କିଣିବାକୁ ଅନେକ ସୁଯୋଗ ରହିଛି ବୋଲୁ ପୁରୀ କହିଛନ୍ତି। 

ପୂର୍ବରୁ ଭାରତ ୨୭ ଜଣ ରପ୍ତାନୀକାରି ଦେଶ ଠାରୁ ଠାରୁ ତେଲ କିଣୁଥିବା ବେଳେ ଏବେ ୩୯ ରପ୍ତାନୀକାରୀଙ୍କ ଠାରୁ ତେଲ କିଣୁଛି। ବଜାରରେ ଅନେକ ତେଲ ଉପଲବ୍ଧ ରହିଛି। ତେଲ କିଣିବାକୁ ଆମ ପାଖରେ ଏକାଧିକ ବିକଳ୍ପ ରହିଛି। 

ପ୍ରକୃତରେ ଇରା ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ଦ୍ରୁତ ଗତିରେ ବଢ଼ିଛି। ଯଦି ଇରାନର ଜବାବରେ ଇସ୍ରାଏଲ ଆକ୍ରମଣ କରିଦିଏ ତେବେ ତୈଳ ସଂକଟ ଦେଖା ଦେଇପାରେ ବୋଲି ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। 

ଗତ ତିନି ସପ୍ତାହ ଧରି ବ୍ୟାରେଲ ପାଖାପାଖି ୭୦ଡଲାର ଥିବା ବ୍ରେଣ୍ଟ କ୍ରୁଡ୍ ଫ୍ୟୁଚର ସୋମବାର ବ୍ୟାରେଲ ପିଛା ୭୯.୫୨ ଡଲାରକୁ ବୃଦ୍ଧି ପାଇଛି। ସେହିପରି ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ବ୍ୟାରେଲ ପିଛା ୭୫.୯୯ ଡଲାରରେ ବୃଦ୍ଧି ପାଇଛି। 

ଯଦି ଯୁଦ୍ଧ ବଢ଼ିଲା ତେବେ ଅଶୋଧିତ ତୈଳ ଦର ବଢ଼ିପାରେ। ହେଲେ ଭାରତ ସ୍ଥିତି ଉପରେ ନଜର ରଖିଛି। ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ଅତୀତରୁ ଭାରତ ପାଖରେ ଅଭିଜ୍ଞତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ସମ୍ଭାବ୍ୟ ତୈଳ ଦର ହ୍ରାସ ନେଇ ମନ୍ତ୍ରୀ ସଂକେତ ଦେଇଛନ୍ତି। ତୈଳ କମ୍ପାନୀଗୁଡିକ ଏହାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.