ନୂଆଦିଲ୍ଲୀ: ଗ୍ରସ୍ ଜିଏସଟି ଆଦାୟ ବୃଦ୍ଧି । ମାର୍ଚ୍ଚ ମାସରେ କଲେକ୍ସନ ୯.୯ ପ୍ରତିଶତ ବଢ଼ିଛି । ଏହା ୧.୯୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ମଙ୍ଗଳବାର କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା କର ଆଦାୟ ରିପୋର୍ଟ ଜାରି କରିଛନ୍ତି । ଜିଏସଟି ଘରୋଇ ଲେଣଦେଣରୁ ରାଜସ୍ବ ୮.୮ ପ୍ରତିଶତ ବୃଦ୍ଧି ପାଇ ୧.୪୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ଆମଦାନୀ ବସ୍ତୁରୁ ରାଜସ୍ବ ୧୩.୫୬ ବଢ଼ି ୪୬,୯୧୯ କୋଟି ଟଙ୍କା ଆଦାୟ ହୋଇଛି ।
ମାର୍ଚ୍ଚ ମାସରେ ମୋଟ୍ ରିଫଣ୍ଡ ୪୧ ପ୍ରତିଶତ ବୃଦ୍ଧି ପାଇ ୧୯,୬୧୫ କୋଟି ଟଙ୍କା ହୋଇଛି । ଏହାକୁ ରିଫଣ୍ଡ କରିବା ପରେ ଚଳିତ ମାସରେ ଶୁଦ୍ଧ ଜିଏସଟି ରାଜସ୍ବ ୧.୭୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ଯାହା ମାର୍ଚ୍ଚ ମାସ ତୁଳନାରେ ୭.୩ ପ୍ରତିଶତକୁ ଅଧିକ ।
ଫେବ୍ରୁଆରୀ ମାସରେ ୧.୮୩ ଲକ୍ଷ କୋଟି:
ସୂଚନା ଅନୁଯାୟୀ, ଫେବ୍ରୁଆରୀ ମାସରେ ଦ୍ରବ୍ୟ ଓ ସେବା କର ୧.୮୩ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିଲା । ସେତେବେଳେ ଏହା ୯.୧ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଜାନୁଆୟୀ ମାସରେ ଜିଏସଟି ଆଦାୟ ୧.୯୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଗତବର୍ଷ ସମାନ ଅବଧିରେ ଏହା ୧୨.୩ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ୨୦୨୪ ଡିସେମ୍ବର ମାସରେ ଜିଏସଟି କଲେକ୍ସନ ୧.୭୭ ଲକ୍ଷ କୋଟି ଟଙ୍କା ହୋଇଥିଲା । ତେବେ ଦେଖିବାକୁ ଗଲେ ଜିଏସଟି ଆଦାୟ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ।...