୨ ମାସରେ ୧୪,୩୦୨ କୋଟି ଟଙ୍କାର ଜିଏସ୍‌ଟି ଚୋରି; ୨୮ ଗିରଫ, ଲୋକସଭାରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

Published By : Prameya-News7 Bureau | July 31, 2023 IST

ନୂଆଦିଲ୍ଲୀ: ଜିଏସଟି ଚୋରିକୁ ମାଫ୍ ନାହିଁ । କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗର ସ୍ବତନ୍ତ୍ର ଟିମ୍ ଚୋରଙ୍କୁ ଗିରଫ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ୨୮ଜଣ ଜିଏସଟି ଚୋରଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି । ଚଳିତ ବର୍ଷ ଅପ୍ରେଲ୍ ଓ ମେ’ ମାସରେ ଦେଶରେ ୧୪,୩୦୨ କୋଟି ଟଙ୍କା ଜିଏସଟି ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ହେଲେ ଏଥିରୁ ୫, ୭୧୬ କୋଟି ଟଙ୍କା ସେବା ଶୁଳ୍କ ଆଦାୟ ହୋଇଛି । ସେହିପରି ଜିଏସଟି ଫାଙ୍କିଥିବା ୨୮ଜଣଙ୍କୁ ଗିରଫ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

wp:embed {"url":"https://www.prameyanews7.com/bjp-will-not-call-the-opposition-alliance-as-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-will-not-call-the-opposition-alliance-as-india/
/wp:embed

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି, ବସ୍ତୁ ଓ ସେବା ଶୁଳ୍କ ଏବଂ ଆୟକର ଚୋରି ଏବଂ ତସ୍କରୀ ମାମଲାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଏସଟି ଟିମ୍ ୧୪,୩୦୨ କୋଟି ଟଙ୍କାର ସେବା ଶୁଳ୍କ ଚୋରିର ପର୍ଦ୍ଦାଫାସ୍ କରିଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

wp:embed {"url":"https://www.prameyanews7.com/committee-to-be-formed-in-manipur-case-supreme-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/committee-to-be-formed-in-manipur-case-supreme-court/
/wp:embed

ସୂଚନା ମୁତବାକ, ୨୦୨୦-୨୧ ଆର୍ଥକ ବର୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ୪୩,୫୧୬ଟି ଜିଏସଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ୨.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ହେରଫେର ଖୁଲାସା ହୋଇଛି । ଏଥିମଧ୍ୟରୁ ୭୬, ୩୩୩ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି  ଜିଏସଟି ଚୋରି ମାମଲାରେ ୧,୦୨୦ଜଣଙ୍କୁ ବିଭାଗ ଗିରଫ କରିଛି । ଅନ୍ୟପଟେ ଆୟକର ବିଭାଗର ଗତ ପାଞ୍ଚ ବର୍ଷରେ ହୋଇଥିବା ସର୍ବେକ୍ଷଣ, ଯାଞ୍ଚ ଏବଂ ଜବତ ରିପୋର୍ଟ ଅନୁଯାୟୀ, ୩,୯୪୬ ସ୍ଥାନରେ ଚଢ଼ାଉ ହୋଇଛି ଏବଂ ୬,୬୬୨ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.