ଜ୍ଞାନବ୍ୟାପୀ ମସଜିଦ୍ ମାମଲା; 'ଓ୍ବଜୁ' ବ୍ୟବସ୍ଥା ପାଇଁ ବାରଣାସୀ ଜିଲ୍ଲା ଆଧିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 17, 2023 IST

ବାରଣାସୀ: ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଓ୍ବଜୁ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ରାମଜାନ ମାସରେ ରୋଜା ରଖିଥିବା ବ୍ୟକ୍ତି ପାଇଁ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଦେଶ ଜାରି କରିଛନ୍ତି । ବାରଣାସୀ ଜିଲ୍ଲା ଆଧିକାରୀଙ୍କୁ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ବ୍ୟାକଫ୍ଲିକ୍ ପାଇଁ ସମାଧାନର ବାଟ ବାହାର କରିବାକୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ଏପ୍ରିଲ୍ ୧୮ ତାରିଖରେ ଏଥିପାଇଁ  ବୈଠକ ଡାକିବାକୁ କହିଛନ୍ତି । ଅଧିକାରୀ ସ୍ତରରେ ଏହାକୁ ସମାଧାନ କରିବାକୁ କୁହାଯାଇଛି ।

ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ରାମଜାନ ମାସରେ ରୋଜା ରଖିଥିବା ବ୍ୟକ୍ତିଙ୍କ ପାଇଁ ଓ୍ବାଜୁ ବ୍ୟବସ୍ଥା କରିବାକୁ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ମସଜିଦ କମିଟିର ଆଇନଜୀବୀ ହୁଜୈଫା ଅହମଦି କହିଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଓ୍ବଜୁଖାନାକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ପାଇଁ ମୋବାଇଲ ଓ୍ବାସରୁମର ବ୍ୟବସ୍ଥା କରାଯାଉ, ଯେଉଁଥିରେ ରୋଜାଧାରୀଙ୍କ ପାଇଁ ଓ୍ବଜୁ ରହିବ ।

ସୁପ୍ରିମକୋର୍ଟ ଏହି ଯାଚିକାର ଶୁଣାଣି କରି ବାରଣାସୀ ଜିଲ୍ଲାପାଳଙ୍କୁ ଜ୍ଞାନବ୍ୟାପୀ ମସଜିଦରେ ଓ୍ବଜୁ ସୁବିଧା ପାଇଁ ବୈଠକ ଡାକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବଧୀନ ତିନି ଜଣିଆ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଶୀଘ୍ର ବୈଠକ କରି ସମସ୍ତ ସୁବିଧା କରିବାକୁ କଲେକ୍ଟରଙ୍କୁ ଆଦେଶ ଜାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.