ପାଣ୍ଡ୍ୟାଙ୍କ ଉପରେ ଲାଗିଲା ବ୍ୟାନ୍, IPL ୨୦୨୫ର ପ୍ରଥମ ମ୍ୟାଚ୍ ଖେଳିବନି

Published By : Prameya-News7 Bureau | November 21, 2024 IST

ନୂଆଦିଲ୍ଲୀ ୨୧/୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗିଲା ଝଟ୍‌କା । ବ୍ୟାନ କାରଣରୁ ଆଇପିଏଲ୍ ପ୍ରଥମ ମ୍ୟାଚ୍ ଖେଳିବେନି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଆସନ୍ତା ସିଜନର ସେ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ୍ । କାରଣ ହାର୍ଦ୍ଦିକଙ୍କ ଉପରେ ଆଇପିଏଲ୍ ୨୦୨୫ ଆରମ୍ଭରେ ମ୍ୟାଚ୍‌ରେ ବ୍ୟାନ୍ ରହିବ । ତେବେ ତାଙ୍କ ସ୍ଥାନରେ କ୍ୟାପଟେନ୍ସି କରିବେ ସୂର୍ଯ୍ୟକୁମାର ଯାଦବ । 

ଏବେ ପାଣ୍ଡ୍ୟାଙ୍କ ଉପରେ ଆଇପିଏଲ୍ ୨୦୨୫ ପ୍ରାରମ୍ଭ ମ୍ୟାଚ୍ ଗୁଡିକ ଉପରେ ଆଡଭାନ୍ସ ବ୍ୟାନ୍ ଲଗାଇଥିଲା ବିସିସିଆଇ । କାରଣ ୨୦୨୪ ଆଇପିଏଲ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସରେ କ୍ୟାପଟେନ୍ କରିବାବେଳେ ଶେଷ ମ୍ୟାଚ୍‌ରେ ତୃତୀୟଥର ସ୍ଲୋ ଓଭର ରେଟିିଂର ଶିକାର ହୋଇଥିଲେ । ପ୍ରଥମ ଥର ସ୍ଲୋ ଓଭର ବୋଲିଂ ପାଇଁ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷର ଫାଇନ୍ ଲାଗିଥିଲା । ଦ୍ୱିତୀୟ ଥର କ୍ୟାପଟେନ ଭାବେ ୨୪ ଲକ୍ଷ ତଣ୍ଡ ଗଣିଥିଲେ ସେ । ଏହାସହ ଅନ୍ୟ ଖେଳାଳି ବି ଫାଇନ ଦେଇଥିଲେ । 

ପରେ ତୃତୀୟ ଥର ୩୦ ଲକ୍ଷର ଫାଇନ୍ ଦେଇଥିଲେ ପାଣ୍ଡ୍ୟା । ତେବେ ୩ ତିନ ଥର ବ୍ୟାନ ଲାଗିବା ପରେ ବି ସେହି ସ୍ଲୋ ଓଭର ବୋଲିଂ କରିଥିଲେ ଟିମ୍ ମୁମ୍ୱାଇ । ଫଳରେ ବିସିସିଆଇ ଫାଇନ ଲଗାଇବା ସହ ବ୍ୟାନ ବି ଲଗାଇଥିଲା । କାରଣ ଗୋଟିଏ ସିଜିନରେ ତୃତୀୟ ଥର ଏପରି ଘଟଣା ଘଟିବା ପରେ କଠୋର ହୋଇଥିଲା ବିସିସିଆଇ । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.