କିଙ୍ଗ କୋହଲିଙ୍କ 'ମହାରେକର୍ଡ'କୁ ଭାଙ୍ଗିଲେ ହାର୍ଦ୍ଦିକ, ବାଂଲାଦେଶ ବିପକ୍ଷରେ ରଚିଲେ ଇତିହାସ

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ  ୦୭/୧୦: ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ମାତ୍ର ୧୧.୫ ଓଭରରେ ଏକପାଖିଆ ବିଜୟ ହାସଲ କରିଛି । ଭାରତୀୟ ଅଲରାଉଣ୍ଡର ବାଂଲାଦେଶ ବିପକ୍ଷ ମ୍ୟାଚକୁ ୬ ମାରି ଶେଷ କରିଥିଲେ । ତେବେ ଛକା ମାରି ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । 




ନ୍ୟୁ ମାଧବ୍‌ ରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକ ଟିମ୍ ଇଣ୍ଡିଆ ପାଇଁ ୧୬ ବଲ୍‌ରେ କରିଥିଲେ  ୩୯* ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ଥିଲା ୫ ଚଉକା, ଓ ୨ ଛକା ସହାୟତାରେ ହାସଲ କରିଥିଲେ । ଏହି ସମୟ ମଧ୍ୟରେ ସେ ଟିମ ଇଣ୍ଡିଆକୁ ଛକା ମାରି ବିଜୟ ଆଡକୁ ଆଗେଇ ନେଇଥିଲେ । ଏହା ପରେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଥର ଛକା ମାରି ଭାରତକୁ ବିଜୟରେ ପହଞ୍ଚାଇଥିଲେ । 

ହାର୍ଦ୍ଦିକ ଟିମ୍ ଇଣ୍ଡିଆକୁ ଟି-୨୦ ଇଣ୍ଟରନ୍ୟାସନାଲରେ ୫ ଥର ଛକା ମାରି ବିଜୟୀ କରିଛନ୍ତି । ଯେଉଁଠି ବିରାଟ କୋହଲି କରିଛନ୍ତି ୪ ଥର । ଏପରି କରିବ ପରେ ହାର୍ଦ୍ଦିକ କିଙ୍ଗ କୋହଲିଙ୍କ ମହାନ ରେକର୍ଡ ଭାଙ୍ଗିଥିଲେ । ଏହି ତାଲିକାରେ ପୂର୍ବତନ ଅଧିନାୟକ ଏମଏସ ଧୋନି ଏବଂ ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.